ଖୋଲିଲା ହୀରାକୁଦ ଡ୍ୟାମ୍‍ର ଆଉ ୩ ଗେଟ୍‌, ମୋଟ ୮ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ

ହୀରାକୁଦ : ରାଜ୍ୟରେ ଲଘୁଚାପ ଜନିତ ବର୍ଷା କାରଣରୁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଏହା ମଧ୍ୟରେ ପୂର୍ବରୁ ହୀରାକୁଦ ଜଳଭଣ୍ଡାର ୫ଟି ଗେଟ୍‍ ଖୋଲା ଯାଇ ବନ୍ୟା ଜଳ ନିଷ୍କାସନ ହେଉଥିଲା । ଆଜି ପୁଣି ହୀରାକୁଦ ଡ୍ୟାମ୍‍ର ଆଉ ୩ଟି ଗେଟ୍‍ ଖୋଲାଯାଇଛି । ବର୍ତ୍ତମାନ ମୋଟ ୮ଟି ଗେଟ୍‍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି ।
ବାମ ପଟରୁ ୫ଟି ଓ ଡାହାଣ ପଟରୁ ୩ଟି ଗେଟ୍‍ ଖୋଲା ଯାଇଛି । ବର୍ତ୍ତମାନ ଜଳସ୍ତର ୬୧୪.୫୬ ଫୁଟ ରହିଛି । ଡ୍ୟାମ ମଧ୍ୟକୁ ୧ଲକ୍ଷ ୩୨ ହଜାର ୮୨୬ କ୍ୟୁସେକ ଜଳ ପ୍ରବେଶ କରୁଛି ।

Leave A Reply

Your email address will not be published.