ls

ଅଭବାନୀୟ ଘଟଣା : ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ !

sb

କୋରାପୁଟ : କୋରାପୁଟ ତ୍ରିନାଥ ମନ୍ଦିର ସାହି ନିକଟ କାଠ ମିଲ ନିକଟରେ ଏହି ଅଭବାନୀୟ ଘଟଣା ଘଟିଥିବା ଜଣାପଡିଛି । ଏହି ଅଂଚଳରେ ଗତ କିଛି ଦିନ ହେବ ସ୍ୱାମୀ-ସ୍ତ୍ରୀ ଦୁହେଁ ଏଠାରେ ଭଡ଼ାରେ ରହୁଥିବା ବେଳେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ହତ୍ୟା ଅଭିଯୋଗରେ ମୃତ ସ୍ତ୍ରୀଙ୍କ ସ୍ୱାମୀଙ୍କୁ ଥାନାରେ ଅଟକ ରଖିଛି କୋରାପୁଟ ପୋଲିସ । ସେପଟେ ଘଟଣା ସ୍ଥଳରେ ସାଇଣ୍ଟିଫିକ ଟିମ୍ ସହ ଅତିରିକ୍ତ ଏସପି ପହଞ୍ଚ ତଦନ୍ତ ଜାରି ରଖିଛନ୍ତି । ପାରିବାରିକ କଳହକୁ ନେଇ ହତ୍ୟା ହୋଇଥିବା ସନ୍ଦେହ କରାଯାଉଥିବା ବେଳେ ଘଟଣାର ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ଜଣାପଡିଛି ।

pc pk
Leave A Reply

Your email address will not be published.