ହୋମ୍‌ଗାର୍ଡ କର୍ମଚାରୀଙ୍କ ପାଇଁ ଖୁସି ଖବର : ଦୈନିକ ଭତ୍ତା ୫୩୩କୁ ବୃଦ୍ଧି

କଟକ, (କେପିଏନ୍‌ଏସ୍‌) : ହୋମ୍‌ଗାର୍ଡ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର । ସେମାନଙ୍କ ଦୈନିକ ଭତ୍ତା ୫୩୩ଟଙ୍କାକୁ ବୃଦ୍ଧି ପାଇଛି । ଏ ସଂପର୍କରେ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ତେବେ ବୃଦ୍ଧି ହୋଇଥିବା ଦୈନିକ ଭତ୍ତା ଜାନୁଆରୀ ୨୦୨୦ରୁ ଲାଗୁ ହେବାକୁ ନିର୍ଦ୍ଦେଶ ରହିଥିବା ବେଳେ ଆଗାମୀ ୩ ମାସ ମଧ୍ୟରେ ବର୍ଦ୍ଧିତ ଦେୟର ସମସ୍ତ ପ୍ରକ୍ରିୟା ସମାପ୍ତ କରିବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସୂଚନାଯୋଗ୍ୟ ଯେ, ୨୦୧୬ରୁ ବର୍ଦ୍ଧିତ ଦେୟ ଲାଗୁ କରାଯିବା ନିମନ୍ତେ କୋର୍ଟ ରାୟ ଦେଇଥିବା ସହ ସର୍ବନିମ୍ନ ପୁଲିସ କର୍ମଚାରୀଙ୍କ ଭଳି ଦରମା ଦେବାକୁ କହିଥିଲେ । କିନ୍ତୁ ରାଜ୍ୟ ସରକାର ରିଟ୍‌ ପିଟିସନ ବଳରେ ଏହାକୁ ଚାଲେଂଜ କରିଥିଲେ ।

Leave A Reply

Your email address will not be published.