ହାଇୱାକୁ ଧକ୍କା ଦେଲା ସ୍କର୍ପିଓ : ୩ ଜଣ ମୃତ, ୨ ଗୁରୁତର

ବଣାଇ : କୋଇଡା ଥାନା ରେଙ୍ଗାଲବେଡା ଠାରେ ଭୟଙ୍କର ଦୁର୍ଘଟଣା । ହାଇୱାକୁ ଧକ୍କା ଦେଲା ସ୍କର୍ପିଓ । ଘଟଣାସ୍ଥଳରେ ଚାଲିଗଲା ଗୋଟିଏ ପରିବାରର ୩ ଜଣଙ୍କ ଜୀବନ । ଦୁର୍ଘଟଣାରେ ୨ ଗୁରୁତର । ସୂଚନାନୁଯାୟୀ, ବାହାଘର ଭୋଜି ଖାଇ ଗୋଟିଏ ପରିବାର ଫେରୁଥିଲେ । ଏହି ସମୟରେ କୋଇଡ଼ା ଥାନା ରେଙ୍ଗାଲବେଡ଼ା ନିକଟରେ ଭାରସାମ୍ୟ ହରାଇ ଏକ ହାଇୱାକୁ ଧକ୍କା ଦେଇଥିଲା ସ୍କର୍ପିଓ । ଫଳରେ ଗାଡିରେ ଥିବା ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଗୁରୁତରଙ୍କୁ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଛି ।

Leave A Reply

Your email address will not be published.