om academy

ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର

jsm

କାମାକ୍ଷାନଗର : କାମାକ୍ଷାନଗର ଥାନା ମୁକ୍ତାପଶି ଗାଁରେ ରବିବାର ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି । ମୁକ୍ତାପଶି ଗାଁରେ ରବିବାର ୮ଟାରେ ଜଣେ ମହିଳାଙ୍କୁ ହାତୀ ଆକ୍ରମଣ କରିଛି । ଏହାଫଳରେ ମହିଳାଜଣକ ଗୁରୁତର ହୋଇପଡ଼ିଥିଲେ । ଉକ୍ତ ମହିଳାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମହିଳାଙ୍କ ନାମ ରଚନା ନାୟକ ବୋଲି ଜଣାଯାଇଛି । ସେ ଘର ପାଖରେ ଥିବା ବେଳେ ହାତୀ ହଠାତ୍‌ ଆସି ଆକ୍ରମଣ କରିଥିଲା, ଯାହାଫଳରେ ସେ ଗୁରୁତର ହୋଇଥିଲେ । ଏବେ ମହିଳାଙ୍କର କାମାକ୍ଷାନଗର ଡାକ୍ତରଖାନାରେ ଚିକିତ୍ସା ଜାରି ରହିଛି ।

Leave A Reply

Your email address will not be published.