ls

ଅଜଣା ବାଇକ୍‌ ଧକ୍କାରେ ସାଇକେଲ ଆରୋହୀ ଗୁରୁତର

sb

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ବଲାଙ୍ଗିର ଚିମନିଭାଟିର ମକରଧ୍ଵଜ ଭୂଏ(୪୫) ଆଜି ସକାଲ ୭ଟାରେ କୌଣସି କାମରେ ଚନ୍ଦନଭାଟି ଆସିଥିଲେ । ସକାଲ ୮ଟା ସମୟରେ କାମ ସାରି ସାଇକେଲରେ ଫେରୁଥିବା ବେଳେ ବାଦିଘୋର୍‌ ପୋଲ ନିକଟରେ ତାକୁ ଏକ ଅଜଣା ବାଇକ ଧକ୍କା ଦେଇ ଫେରାର୍‌ ମାରିଥିଲା ।

ବାଟୋଇ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ୧୦୮ ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମଭୋଇ ଡାକ୍ତରଖାନାକୁ ନିଆଯାଇଛି । ଆରୋହୀଙ୍କ ମୁହଁ ଏବଂ ହାତ ଆଙ୍ଗୁଳିରେ ଖଣ୍ଡିଆ ହୋଇଥିବା ବେଳେ ଅଣ୍ଟାରେ ମାଡ ହୋଇଥିବାରୁ ସେ ଠିକ ଭାବେ ଚାଲି ପାରୁ ନାହାଁନ୍ତି ।

pc pk
Leave A Reply

Your email address will not be published.