ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଯାଦବ ସମାଜ ତରଫରୁ ଶ୍ରୀ ଶ୍ରୀ ସମଲେଶ୍ଵରୀ ମନ୍ଦିର ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ନୃସିଂହନାଥ ଠାରେ ଗିରିଗୋବର୍ଦ୍ଧନ ପୂଜା ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶତାଧିକ ଯାଦବ ମହିଳା ଓ ଯାଦବ କର୍ମକର୍ତ୍ତା ଯୋଗ ଦେଇଥିଲେ । ଏହି ପୂଜା ୩ ଦିନ ଧରି ଚାଲିବ । କଳସ ସ୍ଥାପନ ପରେ ନୃସିଂହନାଥ ମହାପ୍ରଭୁ, ପାର୍ଶ୍ଵ ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯାଇଥିଲା । ପୂଜାରେ କର୍ତ୍ତା ଭାବରେ ବାଳକୃଷ୍ଣ ବନଛୋର ଓ ଧର୍ମପତ୍ନୀ କମଳା ବନଛୋର ଦାୟିତ୍ଵ ନେଇଛନ୍ତି । ପଣ୍ଡିତ ଜୟ କୁମାର ଆଚାର୍ଯ୍ୟ ଓ ମନ୍ଦିର ପୂଜକ ଗୋବର୍ଦ୍ଧନ ମାହାର ପୂଜା କାର୍ଯ୍ୟ ସମ୍ପାଦନା କରୁଛନ୍ତି । ସମଲେଶ୍ଵରୀ ମନ୍ଦିର ସଭାପତି ମଧୂସୁଦନ ପାଣ୍ଡେ, ବ୍ଲକ ସଭାପତି ବନମାଳୀ ଚନ୍ଦନ, କାର୍ଯ୍ୟକାରୀ ସଭାପତି ଡୋଲାମଣି ମାହାରଙ୍କ ସମେତ ସମସ୍ତ ପଞ୍ଚାୟତ ସଭାପତି, ସମ୍ପାଦକ ସହଯୋଗ କରିଥିଲେ । ସର୍କଳ ସଭାପତି ଲକନୀ ଥପା, ମନୋହର ପୁଞ୍ଜି, ଭାସ୍କର ଭୂଏ ପ୍ରମୁଖ ଉପସ୍ଥିତ ଥିଲେ ।
Prev Post