ଖଇର କାଠ ବୋଝେଇ ଗାଡି ଜବତ, ଜଣେ ଗିରଫ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ଧଉରାଦାଦର ସଂରକ୍ଷିତ ଜଙ୍ଗଲରୁ ପ୍ରାୟ ୫୦ ଟନ ଖଇର କାଠ ଚୋରା ଚାଲାଣ ହେଉଥିବା ବେଳେ ବନ ବିଭାଗ ଚଢ଼ାଉ କରି କାଠ ବୋଝେଇ ଏକ ୪୦୭ ଗାଡିକୁ ଜବତ କରିଛି । ଏଥିସହିତ ଏହି ଚୋରା ଚାଲାଣରେ ସମ୍ପୃକ୍ତ ଡୁଙ୍ଗୁରିପାଲି ଥାନା କୁଦେଇପରା ଗାଁର ଦିଲୀପ ସା(୩୪)କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ବଲାଂଗିର ଡିଏଫଓ ସମୀର ଶତପଥୀଙ୍କ ନେତୃତ୍ୱରେ ଏସିଏଫ ବାବାଜୀ ଚରଣ ରାଉଳ ଏବଂ ମୋବାଇଲ ସ୍କ୍ୱାର୍ଡ ଧଉରାଦାଦର ସଂରକ୍ଷିତ ଜଙ୍ଗଲରେ ଖଇର କାଠ ବୋଝେଇ ହେଉଥିବା ସମୟରେ ଚଢ଼ାଉ କରିଥିଲେ । କାଠ ବୋଝେଇ ଗାଡିଟି ବରଗଡ଼ ଯିବାର ଥିଲା ବୋଲି ବନ ବିଭାଗ ସୂଚନା ଦେଇଛି । ତେବେ ଅନ୍ୟ କିଛି ଅଭିଯୁକ୍ତ ଫେରାର ହୋଇ ଯାଇଥିବା ଜଣାଯାଇଛି ।

Leave A Reply

Your email address will not be published.