centurian jitm

ମୁରିବାହାଲ ବିଜେପି ପକ୍ଷରୁ ୫ ଦଫା ଦାବୀ ନେଇ ବ୍ଲକ କାର୍ଯ୍ୟାଳୟ ଘେରାଉ

nschool

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ମୁରିବାହାଲ ବ୍ଲକ ଭାରତୀୟ ଜନତା ପାର୍ଟି ପକ୍ଷରୁ ୫ ଦଫା ଦାବୀ ନେଇ ସୋମବାର ବ୍ଲକ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଓଡ଼ିଶା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ବ୍ଲକ ବିଡିଓ ପୂର୍ଣ୍ଣାନନ୍ଦ ପଟେଲଙ୍କୁ ୫ ଦଫା ଦାବୀପତ୍ର ପ୍ରଦାନ କରାଯାଇଥିଲା । ମୁରିବହାଲ ମଣ୍ଡଳ ସମ୍ପାଦକ ନାରାୟଣ ସାହୁଙ୍କ ସଭା ପରିଚାଳନାରେ ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ମୁଖ୍ୟ ଅତିଥି, ବରିଷ୍ଠ ବିଜେପି ନେତା ଲକ୍ଷ୍ମଣ ବାଗ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରା, ତିନି ଜୋନ ସଭାପତି ସୁରେଶ ଭୋଇ, ମହାଦେବ ଟାହାଣି, ଈଶ୍ୱର ପୁଟେଲ, ତିନି ସମ୍ପାଦକ ପଦ୍ମନାଭ ସାହୁ, ସୁବାଷ ପୋଡ଼, ବଙ୍ଗୋମୁଣ୍ଡା ବ୍ଲକରୁ ଆସିଥିବା ନିମନ୍ତ୍ରିତ ଅତିଥି ମୁନିରାମ ନାଗ, କ୍ଷୀରସିନ୍ଧୁ ବଚ୍ଛା, ମହିଳା ନେତ୍ରୀ ରମ୍ଭା ପାଣିଗ୍ରାହୀ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏଥିରେ ହରିଦାସ ଛୁରା, ପ୍ରଦୀପ ବଛା, ରାମୁ କୁମାର, କୈବଲ୍ୟ ବେହେରାଙ୍କ ସହ ବ୍ଲକ ଅଞ୍ଚଳର ଶତାଧିକ ବିଜେପି କର୍ମୀ ଉପସ୍ଥିତ ଥିଲେ । ୫ଦଫା ଦାବୀଗୁଡ଼ିକ ମଧ୍ୟରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅତି ସାଙ୍ଘାତିକ ସ୍ଥିତିରେ ପହଂଚି ଯାଇଛି, ଦିନ ଦ୍ୱିପ୍ରହରରେ ଡକାୟତି, ଲୁଟ ତରାଜ, ରାହାଜନୀ ଏକ ସାଧାରଣ ଘଟଣା ହୋଇଯାଇଛି, ମହିଳାଙ୍କ ସୁରକ୍ଷା ବିପନ୍ନ ଏଭଳି ଏକ ଅସହାୟ ଓ ଅପାରଗ ସରକାରକୁ ତୁରନ୍ତ ବରଖାସ୍ତ କରାଯିବା । ରାଜ୍ୟରେ ଏଭଳି ଗୋଟିଏ ବି କାର୍ଯ୍ୟାଳୟ ନାହିଁ ଯେଉଁଠି ବିନା ଲାଞ୍ଚରେ କାର୍ଯ୍ୟ ସମ୍ପାଦନ ହେଉଥିବ, ରାଜ୍ୟ ସରକାର ପିସି କାରବାରକୁ ସରକାରୀ ମାନ୍ୟତା ଦେଇ ସାରିଛନ୍ତି ତେଣୁ ଏଭଳି ରାଜ୍ୟ ସରକାରକୁ ତୁରନ୍ତ ବରଖାସ୍ତ କରିବାର ନିତାନ୍ତ ଆବଶ୍ୟକ ରହିଥିବା ।ରାଜ୍ୟ ସରକାର ମୋ ଓଡିଶା ନବୀନ ଓଡିଶା ନାମରେ ଯୋଜନା କରି ହଜାର ହଜାର କୋଟି ଟଙ୍କା ବିନା ଗ୍ରାମ ସଭା, ବିନା ପଲ୍ଲୀ ସଭା ଏପରି କି ସରପଞ୍ଚ, ସମିତି ସଭ୍ୟ, ଗ୍ରାମପଞ୍ଚାୟତମାନଙ୍କ ନିର୍ବାଚିତ ପ୍ରତିନିଧିମାନଙ୍କୁ ଉପେକ୍ଷା କରି ନିଜ ଦଳର କାର୍ଯ୍ୟକର୍ତ୍ତାମାନଙ୍କ ମଧ୍ୟରେ ବାଣ୍ଟି ଦେଇ ଜନସାଧାରଣଙ୍କ ଟିକସ ପଇସାକୁ ନିଜ ଦଳୀୟ ପାଣ୍ଠି ପରି ବ୍ୟବହାର କରିବାକୁ ଯୋଜନା କରିଛନ୍ତି, ଯାହାକୁ ବିଜେପି ତୀବ୍ର ବିରୋଧ କରୁଥିବା ତଥା ଏହି ଯୋଜନାକୁ ଗ୍ରାମ ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ତଥା ଗ୍ରାମବାସୀଙ୍କ ସହମତିରେ କରାଯିବାକୁ ଦାବୀ କରାଯିବା । ମୁରିବାହାଲ ବ୍ଲକରେ ଆଜି ବି ହଜାର ହଜାର ଗରିବ ଖଟିଖିଆ, ମୁଲିଆ ତଥା ଆଦିବାସୀ, ହରିଜନ ଲୋକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ରାଜ୍ୟ ସରକାରଙ୍କ ଗରିବ ମାରଣ ନୀତି ଯୋଗୁ ବଂଚିତ ହୋଇ ରହିଯାଇଛନ୍ତି । ଏଭଳି ଲୋକଙ୍କୁ ଚିହ୍ନଟ କରି ତୁରନ୍ତ ପ୍ରଧାନମନ୍ତ୍ରୀ ଆବାସ ପ୍ରଦାନ କରାଯିବା । ମୁରିବାହାଲ ବ୍ଲକର ବହୁତ ଗରିବ ଶ୍ରେଣୀର ଲୋକ ଖାଦ୍ୟ ସୁରକ୍ଷା ଯୋଜନାରୁ ଆଜିବି ବଂଚିତ ଅଛନ୍ତି ସେମାନଙ୍କୁ ଚି଼ହ୍ନଟ କରି ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରି ତାଙ୍କୁ ରାସନ କାର୍ଡ ପ୍ରଦାନ କରାଯିବା ଦାବୀ ରହିଥିବା ଜଣାପଡିଛି ।

Leave A Reply

Your email address will not be published.