ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଗଂଜେଇ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା । ସ୍ଥାନୀୟ ମହିଳା କଲେଜ ଛକରୁ ଏକ ୧୦ ଚକିଆ ଟ୍ରକ୍‌ରୁ ପ୍ରାୟ ୫ କ୍ୱିଣ୍ଟାଲ ଆନୁମାନିକ ୧୪ ଲକ୍ଷ ଟଙ୍କାର ଗଂଜେଇ ଜବତ ହୋଇଥିବା ବେଳେ ଟ୍ରକ୍‌ ସହ ଏହି ମାମଲାରେ ୩ ଜଣଙ୍କୁ ଗିରଫ କରାଯାଇଛି । ତେବେ ଫୁଲବାଣୀରୁ ବିହାରକୁ ଏହା ଚୋରା ଚାଲାଣ ହେଉଥିବା କୁହାଯାଇଛି । କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବଲାଙ୍ଗିର ଅବକାରୀ ବିଭାଗ ଆଜି ଭୋର ସକାଳୁ ଏକ ଟ୍ରକ୍‌ ଉପରେ ଚଢ଼ଉ କରି ଏହି ବଡ଼ ସଫଳତା ହାତେଇ ଥିବା କୁହାଯାଇଛି । ଟ୍ରକ ନଂ.ଜେଏଚ-୧୦-ଆର ୫୪୫୭ ଦ୍ୱାରା ଚୋରାଚାଲାଣ ହେଉଥିଲା ଗଂଜେଇ । ଟ୍ରକ୍‌ରେ ବଙ୍କର୍‌ ଭିତରେ ଅଭିନବ ଉପାୟରେ ଲୁଚାଇ ରଖାଯାଇଥିଲା । ବହୁ ଖୋଜାଖୋଜି ପରେ ମିଳି ପାରିଥିଲା ବିପୁଳ ପରିମାଣର ଗଂଜେଇ । ଟ୍ରକ୍‌ ନମ୍ବରରୁ ଏହା ଝାରଖଣ୍ଡ ଅଂଚଳର ବୋଲି ସଂଦେହ କରାଯାଉଥିବା ବେଳେ ଗିରଫ୍‌ ତିନି ଜଣ ବିହାରି ଭାଷାରେ କଥାବାର୍ତ୍ତା କରୁଥିବା ଜଣାପଡ଼ିଛି । ତେବେ ଆହୁରି ତଦନ୍ତ ଜାରି ରହିଛି ଏହି ଗଂଜେଇ ଚୋରା ଚାଲାଣର ମୁଖ୍ୟ ନାୟକକୁ ଧରିବା ପାଇଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.