୧୩ କୋଟି ଟଙ୍କାର ଗଞ୍ଜେଇ ଚାଷ ପୋଡିଲେ ଅବକାରୀ ବିଭାଗ ଓ ପୋଲିସ

ଗଜପତି : ବେଆଇନ ଗଞ୍ଜେଇ ଚାଷର ଚରାଭୂଇଁ ସାଜିଛି ଗଜପତି ଜିଲ୍ଲା । ପ୍ରତ୍ୟହ ପ୍ରାୟ ଏଠାରେ ଏକର ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଉଥିବା ବେଳେ ଗୁରୁବାର ଦିନ ଏଠାରେ ପ୍ରାୟ ୬୫ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି ଅବକାରୀ ବିଭାଗ ଓ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୩ କୋଟି ଟଙ୍କା ହେବ ବୋଲି କୁହାଯାଇଛି । ମିଳିଥିବା ସୁଚନା ଅନୁସାରେ ଗଜପତି ଜିଲ୍ଲା ମୋହନା ଥାନା ଢେପାଗୁଡ଼ା ପଞ୍ଚାୟତ ବ୍ରାହ୍ମଣପଲ୍ଲୀ ଗାଁରେ ଗଞ୍ଜେଇ ଚାଷ ହେଉଥିବା ନେଇ ଅବକାରୀ ବିଭାଗ ନିକଟକୁ ଖବର ପହଞ୍ଚିଥିଲା । ଏନେଇ ପୋଲିସ ଓ ଅବକାରୀ ପକ୍ଷରୁ ମିଳିତ ଚଢ଼ାଉ କରି ଏହି ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି ।

Leave A Reply

Your email address will not be published.

error: Content is protected !!