ବାଇକ୍‌ ସହ ୧୬ କେଜି ଗଞ୍ଜେଇ ଜବତ : ୨ ଅଭିଯୁକ୍ତ ଗିରଫ

ନନ୍ଦପୁର : ନନ୍ଦପୁର ପୋଡୱା ଥାନା ଅଧୀନରେ ଏକ ବାଇକ୍‌ ସହ ୧୬ କେଜି ୭୫୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ୨ଜଣଙ୍କୁ ଗିରଫ କରିଛି ପୋଲିସ । ୨ଜଣ ମଧ୍ୟପ୍ରଦେଶ ଅଞ୍ଚଳର ବୋଲି ଜଣା ପଡ଼ିଛି । ଗିରଫ ହୋଇଥିବା ୨ଜଣ ଅଭିଯୁକ୍ତ ହେଲେ ଗ୍ବାଲିଅରର ସତିଶ ଠାକୁର (୨୦), ଦାବ୍‌ର ଜିଲ୍ଲାର ସହିଲ ଖାନ୍‌ । ତହସିଲଦାର ନନ୍ଦପୁର ନରସିଂହ ଗାଦବାଙ୍କ ଉପସ୍ଥିତିତରେ ପୋଡୱା ପୋଲିସ ଏକ ମାମଲା ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିଛି । ଆଜିର ଏହି ଧରପଗଡରେ ପୋଡୱା ଆଇଆଇସି ସରୋଜ ମଲିକ ଓ ଏଏସ୍‌ଆଇ ମାଢ଼ୀଙ୍କ ସହ ହାବିଲଦାର ସିଏଚ୍‌ ତ୍ରିନାଥ ଓ ହୋମଗାର୍ଡ ଅର୍ଜୁନ ପାଙ୍ଗି ସାମିଲ ଥିଲେ । ସୂଚନାଯୋଗ୍ୟ ଯେ, ସକାଳୁ ସକାଳୁ ଏକ ବାଇକ ଯୋଗେ ୨ଟି ବ୍ୟାଗ୍‌ରେ ଗଞ୍ଜେଇ ଧରି ଯାଉଥିବା ସମୟରେ ପୋଲିସକୁ ସନ୍ଦେହ ହୋଇଥିଲା । ଫଳରେ ପୋଲିସ ପ୍ରଥମେ ସେମାନଙ୍କୁ ଅଟକାଇଥିଲା । ପରେ ବ୍ୟାଗ୍‌ ଖୋଲି ଦେଖିବାକୁ ଗଞ୍ଜେଇ ବାହାରିଥିଲା । ବାଇକ୍‌ ସହ ୧୬ କେଜି ୭୫୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ ।

Leave A Reply

Your email address will not be published.