oom

ଗଜପତିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ : ଜଣେ ଗିରଫ

jsmm

ଗଜପତି : ଗଜପତିରୁ ପୁଣି ବିପୁଳ ପରିମାଣର ଗଞ୍ଜେଇ ଜବତ । କମଳାପୁର ନାକା ପଇଣ୍ଟରେ ପାଟ୍ରୋଲିଂବେଳେ ୧୪୯ କେଜି ୭୦୦ ଗ୍ରାମ ଗଞ୍ଜେଇ ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୮ ଲକ୍ଷ ଟଙ୍କା ହେବ । ଘଟଣାରେ ଜଣଙ୍କୁ ଗିରଫ କରିଛି ମୋହନା ପୋଲିସ । ଗିରଫ ଅଭିଯୁକ୍ତ ବିହାରର ବୈଶାଳୀ ଜିଲ୍ଲା ଚାନ୍ଦପୁରା ଗାଁର ରଂପି କୁମାର ଯାଦବ । ପଶ୍ଚିମବଙ୍ଗର ଏକ ଗାଡିରେ ୫ଟି ଜରିବସ୍ତାରେ ଗଞ୍ଜେଇ ବିହାର ପାଟଣାକୁ ଚାଲାଣ ହେଉଥିଲା ।
ସୂଚନାନୁସାରେ, ମୋହନା ପୋଲିସ ସୋମବାର ସକାଳୁ କମଳାପୁର ନାକା ପଇଣ୍ଟରେ ପେଟ୍ରୋଲିଂ କରିବା ସମୟରେ ପଶ୍ଚିମବଙ୍ଗ ନମ୍ବର WB 19 H 6126 ଲିଖିତ ବୋଲେର ପିକ୍ଅପ୍ ଗାଡ଼ିକୁ ଅଟକାଇ ତଲାସୀ ନେବାରେ ସେଥିରେ ୫ ଟି ଜରିବସ୍ତାରେ ଗଞ୍ଜେଇ ଥିବା ଜଣାପଡିଲା । ଅଡ଼ବା ଥାନା ଅନ୍ତର୍ଗତ ରାଇପଙ୍କା ଅଞ୍ଚଳରୁ କିଣି ବିହାର ପାଟଣାକୁ ଚାଲାଣହେଉଥିଲା । ମୋହନା ତହସିଲଦାରଙ୍କ ଉପସ୍ଥିତିରେ ସେସବୁ ଗଞ୍ଜେଇକୁ ଓଜନ କରାଯିବାରେ ତାହା ୧୪୯ କେଜି ୭୦୦ ଗ୍ରାମ୍ ହୋଇଥିଲା ।ଏନେଇ ପୋଲିସ୍ ଗାଡ଼ିର ଡ୍ରାଇଭର ରଂପି କୁମାର ନାମରେ ଚୋରା ଗଞ୍ଜେଇ ଚାଲାଣ ଅଭିଯୋଗରେ ମାମଲା ରୁଜ୍ଜୁ କରି ଗିରଫ କରିବା ସହ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ଦେଇଛନ୍ତି ମୋହନା ଆଇଆଇସି ସୁଜିତ୍ ନାୟକ ।

jittmm
Leave A Reply

Your email address will not be published.