pr

ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନର ଶତବାର୍ଷିକୀ ପାଳନ ଅସବରରେ ‘ଗାନ୍ଧୀ ସୌରଭ’ ସ୍ମରଣିକା ପ୍ରକାଶ ପାଇବ

dr. purohit

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ମହାତ୍ମା ଗାନ୍ଧୀଙ୍କ ବ୍ରହ୍ମପୁର ଆଗମନ ଶତବାର୍ଷିକୀ ଉତ୍ସବ ପାଳନ ସ୍ମରଣିକା କମିଟିର ଏକ ବୈଠକ ସ୍ଥାନୀୟ କେ.ସି. ପବ୍ଲିକ ସ୍କୁଲ ପରିସରରେ ରବିବାର ପୂର୍ବାହ୍ନରେ ପାଳନ କମିଟିର ଅଧ୍ୟକ୍ଷ ତଥା ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ପୂର୍ବରୁ ନିର୍ଦ୍ଧାରଣ କରାଯାଇଥିବା ସ୍ମରଣୀକା ‘ଗାନ୍ଧୀ ସୌରଭ’ ଆସନ୍ତା ଅକ୍ଟୋବର ୨ ତାରିଖରେ ଉନ୍ମୋଚନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସ୍ମରଣିକା ପାଇଁ ଆବଶ୍ୟକୀୟ ବ୍ୟୟ ଅଟକଳ କରାଯାଇଥିଲା । ବୈଠକରେ କାର୍ଯ୍ୟକାରୀ ସଭାପତି ତଥା ସ୍ଥାନୀୟ ବିଧାୟକ ବିକ୍ରମ କୁମାର ପଣ୍ଡା, ଶତବାର୍ଷିକୀ ଆୟୋଜନ କମିଟିର ସଂଯୋଜକ ବରିଷ୍ଠ ସାମ୍ବାଦିକ ରବି ରଥ, ସ୍ମରଣିକା କମିଟିର ମୁଖ୍ୟ ପ୍ରଫେସର ମେଜର ରମାରମଣ ପାଢ଼ୀ, ଅନ୍ୟତମ ସମ୍ପାଦକ ପ୍ରଫେସର ବିଷ୍ଣୁଚରଣ ଚୌଧୁରୀ, ଡ. ପ୍ରଫୁଲ ଚନ୍ଦ୍ର ମହାନ୍ତି, ଲୋକ ସେବକ ମଣ୍ଡଳ ସଦସ୍ୟ ରାଜେନ୍ଦ୍ର ଜେନା, ଡ.ବନମାଳୀ ପାଣିଗ୍ରାହୀ, ଡା.ସାଗର ରଞ୍ଜନ ତ୍ରିପାଠୀ, କେ.ସି. ପବ୍ଲିକ ସ୍କୁଲର ଅଧ୍ୟକ୍ଷ ଅଶୋକ ମିଶ୍ର ପ୍ରମୁଖ ଆଲୋଚନାରେ ଭାଗ ନେଇ ବ୍ରହ୍ମପୁରରେ ଗାନ୍ଧିଜୀଙ୍କ ଗତ ୩୦ ମାର୍ଚ୍ଚରେ କାର୍ଯ୍ୟକ୍ରମ ବେଶ ସଫଳତାର ସହ ଅନୁଷ୍ଠିତ ହୋଇଯାଇଥିବାରୁ ଏ ସମ୍ପର୍କରେ ସାଂସଦ ଶ୍ରୀ ସାହୁ ଓ ବିଧାୟକ ଶ୍ରୀ ପଣ୍ଡାଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି କହିଥିଲେ । ପୂର୍ବରୁ ନିଷ୍ପତ୍ତି ହୋଇଥିବା ସ୍ମରଣିକା ପାଇଁ ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନଙ୍କ ଠାରୁ ୪୦ରୁ ଊଦ୍ଧ୍ୱର୍ ଲେଖା ସଂଗୃହୀତ ହୋଇଛି ଏବଂ ଏହା ପ୍ରାୟ ୨୫୦ ପୃଷ୍ଠା ସମ୍ବଳିତ ସ୍ମରଣିକା ପ୍ରକାଶ ପାଇବାର ସ୍ଥିରୀକୃତ ହୋଇଛି । ସଭା ଶେଷରେ ସଂଯୋଜକ ଶ୍ରୀ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.