କେଶବଚନ୍ଦ୍ର ଆଶ୍ରମରେ ନିଃଶୁକ୍ଳ ଆକ୍ୟୁପ୍ରେସର ଚିକିତ୍ସା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦ, ସେକ୍ଟର -୮, ରାଉରକେଲା ଶାଖା ଦ୍ୱାରା ଆଜି ଏକ ନିଃଶୁକ୍ଲ ଆକ୍ୟୁପ୍ରେସର୍ ଚିକିତ୍ସା ଶିବିର କେଶବଚନ୍ଦ୍ର ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ମାନବ ସେବା ହିଁ ମାଧବ ସେବା । ଏହି ଉକ୍ତିଟିକୁ ସାର୍ଥକ କରିବା ପାଇଁ ବିଶ୍ୱ ଭାତୃତ୍ୱ ଦିବ୍ୟାତ୍ମା ପରିଷଦ ଟ୍ରଷ୍ଟ ଓ ଭାଗବତ ଟୁଙ୍ଗିର ସମସ୍ତ ଗୁରୁ ଭାଇ ଓ ଭଉଣୀ ମାନେ ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଥାନୀୟ ଜନସାଧାରଣଙ୍କର ସେବାରେ ଲାଗିପଡିଥିଲେ । ଶିବାନନ୍ଦ ମାଗଣା ଆକ୍ୟୁପ୍ରେସର୍ କେନ୍ଦ୍ର, ରାଉରକେଲାର ସାହାଯ୍ୟ ଓ ସହଯୋଗରେ ବିଭିନ୍ନ ପ୍ରକାରର ରୋଗର ଚିକିତ୍ସା ଆକ୍ୟୁପ୍ରେସର୍ ମାଧ୍ୟମରେ ଅଭିଜ୍ଞ ଚିକିତ୍ସକମାନଙ୍କ ଦ୍ୱାରା ଆଶ୍ରମ ପରିସରରେ ସକାଳ ୮ ଘଟିକା ଠାରୁ ଅପରାହ୍ନ ୧ ଘଟିକା ଯାଏଁ ଉପସ୍ଥିତ ଶତାଧିକ ଜନସାଧାରଣଙ୍କର କରାଯାଇଥିଲା । ରାଉରକେଲାର ବିଧାୟକ ଶାରଦା ପ୍ରସାଦ ନାୟକ ଅତିଥି ଭାବେ ଯୋଗଦେଇ ଏହି ମହତ କାର୍ଯ୍ୟକ୍ରମକୁ ପ୍ରଶଂସା ଓ ଉତ୍ସାହିତ କରିଥିଲେ । ସୂଚନା ଯୋଗ୍ୟ ଯେ, ଏହି ଆଶ୍ରମ ଦ୍ୱାରା ଭବିଷ୍ୟତରେ ଆହୁରି ଅନେକ ବିଭିନ୍ନ ପ୍ରକାରର ଜନହିତକର କାର୍ଯ୍ୟକ୍ରମକୁ ହାତକୁ ନେବାର ସ୍ଥିରୀକୃତ ହୋଇଛି । ଏହି କାର୍ଯ୍ୟକ୍ରମରେ ରାଉରକେଲା ଶାଖାର ପରିଚାଳକ ସଂଜୟ ସାମଲ ଉପଦେଷ୍ଟା ବିପିନ ବିହାରୀ ପଟ୍ଟନାୟକଙ୍କ ମାଗଦର୍ଶନରେ ଟ୍ରଷ୍ଟର ସଂପାଦକ କଳ୍ପତରୁ ବିଶ୍ୱାଳ, ବାଇଧର ପ୍ରଧାନ, ସତ୍ୟବାଦୀ ପାଣିଗ୍ରାହୀ, ଭବେନ୍ଦ୍ର ମାଝୀ, ବିହାରୀ କାଲୁ, ଭଗବାନ ନାୟକ, ରଜତ ମହାପାତ୍ର, ଶିବପ୍ରସାଦ ବାରିକ, ନରେନ୍ଦ୍ର ସାହୁ, ଶକୁନ୍ତଳା ଦାସ, ବବିତା ମାଝୀ, ଯଶଶ୍ରୀ ନାୟକ, ମୁରଲୀଧର ସାମଲ ଏବଂ ଅନ୍ୟାନ୍ୟ ଗୁରୁ ଭାଇ ଓ ଭଉଣୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.