csstore

ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, ୧୪/୮: ଆଜି ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସଂଘର ଲାଇବ୍ରେରୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ହରିନାରାୟଣ ପୂଜାରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ସଂପାଦକ ବଳରାମ ମିଶ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ । ଉକ୍ତ ବୈଠକରେ ଗତ ବର୍ଷର ଆୟବ୍ୟୟ କଟକଳକୁ ଅନୁମୋଦନ କରାଯାଇଥିଲା । ଆସନ୍ତା ଗଣେଷ ପୂଜାକୁ ନିରାଡ଼ମ୍ବର ଭାବେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଆସନ୍ତା ୩୦ ତାରିଖ ଦିନ ସଂଘର ପ୍ରତିଷ୍ଠା ଦିବସ ପାଳନ କରାଯିବା କଥା । କିନ୍ତୁ ଉପସ୍ଥିତ ସଦସ୍ୟମାନେ କରୋନା ପରିସ୍ଥିତିରେ ସୁଧାର ଆସିବା ପରେ ଏହା ପାଳନ କରାଯିବ ବୋଲି ମତ ଦେଇଥିଲେ । କେବଳ ସେହି ଦିନ ସୀମିତ ସଭ୍ୟଙ୍କ ଉପସ୍ଥିତିରେ ସଂଘର ପତାକା ଉତ୍ତୋଳନ ହେବ । ତେବେ ଏହି ବୈଠକରେ ନୂତନ ସଦସ୍ୟ ଗ୍ରହଣ ସଂପର୍କରେ ଆଲୋଚନା ମଧ୍ୟ ହୋଇଥିଲା । କରୋନା ସ୍ଥିତିରେ ସୁଧାର ଆସିବା ପରେ ଆଗାମୀ ସମୟରେ ସଂଘ ପକ୍ଷରୁ ଆହୁରି ଅନେକ ପଦକ୍ଷେପ ନିଆଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଉପସଭାପତି ଲକ୍ଷ୍ମୀକାନ୍ତ ମିଶ୍ର, ମାନସ ରଂଜନ ମହାନ୍ତି, ସମ୍ପାଦକ ରଂଜିତ ବେହେରା, ବଂଶୀଧର ସେଠ୍, କୋଷାଧ୍ୟକ୍ଷ ସୁନିଲ କୁମାର ମହାନ୍ତି, ସାଂଗଠାନିକ ସମ୍ପାଦକ ଶରତ ଚନ୍ଦ୍ର ମିଶ୍ର, କାର୍ଯ୍ୟକାରୀ କମିଟି ସଦସ୍ୟ ଶିବପ୍ରସାଦ ପରିଡା, ସଦାଶିବ ସରାଫ, ଚନ୍ଦ୍ରଭାନୁ ମୋଲାନା, ଚିତ୍ତରଂଜନ ମିଶ୍ର, ବିରେନ୍ଦ୍ର ଝାଙ୍କର, ପୁର୍ଣ୍ଣଚନ୍ଦ୍ର ପଣ୍ଡା, ଉପଦେଷ୍ଟା ଗୋପବନ୍ଧୁ ଶତପଥି, ନବୀନ କୁମାର ପଶାୟତ, ସୁଧିର ଚନ୍ଦ୍ର ପଣ୍ଡା, ଶିଶିରକାନ୍ତ ଶତପଥି ପ୍ରମୁଖ ଉପସ୍ଥିତ ରହି ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ସଭାଶେଷରେ ଉପସଭାପତି ଆନଂଦ ଚଂଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.