jayashree

ପୁରାତନ ଛାତ୍ର ସଂସଦ ବିଶାଳ ଛାତ୍ର ସମାବେଶ ଓ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନାରେ ଯୋଗ ଦେଲେ ଗଣଶିକ୍ଷା ମନ୍ତ୍ରୀ

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ରେଙ୍ଗାଳପାଲି ପଞ୍ଚାୟତ ପରମାନନ୍ଦ ଉଚ୍ଚ ବିଦ୍ୟାଳୟ ଠାରେ ପୁରାତନ ଛାତ୍ର ସମାବେଶ କାର୍ଯ୍ୟକ୍ରମ ଏକ ଭବ୍ୟ ପରିବେଶ ମଧ୍ୟରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଭାପତି ବ୍ରଜେନ୍ଦ୍ର କୁମାର ପାଟ୍ଟଯୋଶୀଙ୍କ ସଭାପତିତ୍ୱ କରିଥିବା ବେଳେ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ୱଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ମୁଖ୍ୟବକ୍ତା ଭାବେ ଜାତୀୟ ପୁରସ୍କାର ପ୍ରାପ୍ତ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟ ନର୍ଲାର ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର, ସମ୍ମାନିତ ଅତିଥିଭାବେ କଳାହାଣ୍ଡି ସାଂସଦ ମାଲବିକା ଦେବୀ, କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର, ଉପ ଜିଲ୍ଲାପାଳ ଧର୍ମଗଡ ଧୀମାନ ଚକମା, ବ୍ଲକ ଅଧ୍ୟକ୍ଷ ଥବିର ବାଗ, ଉପାଧ୍ୟକ୍ଷା ଜାନକୀ ବାଣୁଆ, ସମାଜସେବୀ ରମେଶ ଚନ୍ଦ୍ର ମାଝୀ, ବିଇଓ ପ୍ରେମ ନାରାୟଣ ପଣ୍ଡା, ରେଙ୍ଗାଳପାଲି ସରପଞ୍ଚ ଐର୍ଯ୍ୟ କୁମାର ଦାସ, ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମୂଣ୍ଡ ଓ ସ୍କୁଲର ଅବସର ନେଉଥିବା ଇଂରାଜୀ ଶିକ୍ଷକ କୁଞ୍ଜବିହାରି ଦାସ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ । ସ୍ୱାଗତ ଅଭିଭାଷଣ ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ମୁଣ୍ଡ ରଖିବା ସହ ଶିକ୍ଷାମନ୍ତ୍ରୀଙ୍କ ନିକଟରେ ଶିକ୍ଷାନୁଷ୍ଠାନ ଓ ଶିକ୍ଷକଙ୍କ ପ୍ରମୁଖ ସମସ୍ୟା ଉପରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ଗଣ୍ଡ ନିଜ ଅଭିଭାଷଣରେ ମୁଁ ବିଗତ ଦିନରେ ନିଜ ଅଞ୍ଚଳର ଏକ ସ୍କୁଲର ସଭାପତି ରହି ସ୍କୁଲର ସୁବିଧା ଅସୁବିଧା ବିଷୟରେ ଜାଣିଛି, ଆଜି ମୁଁ ସ୍କୁଲ ସଭାପତିରୁ ମନ୍ତ୍ରୀ ହୋଇଛି । ଏଣୁ ମୋ ବିଭାଗ ଦ୍ଵାରା ଯାହା ସମ୍ଭବ ହେବ ଶିକ୍ଷକ ଶିକ୍ଷୟତ୍ରୀ ରାଜ୍ୟରେ ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଉନ୍ନତି ପାଇଁ ମୋହନ ମାଝୀ ସରକାର ପ୍ରତିଶୃତି ବଦ୍ଧ ବୋଲି କହିଥିଲେ । ଏହି ଅବସରରେ ସ୍କୁଲର ଇଂରାଜୀ ଶିକ୍ଷକ କୁଞ୍ଜବିହାରି ଦାସଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉପସ୍ଥିତ ଅତିଥି ଓ ପ୍ରଶାସନିକ ଅଧିକାରୀମାନେ ଦେଇ ତାଙ୍କ ସୁସ୍ଥ ଓ ନିରାମୟ ଜୀବନର କାମନା କରିଥିଲେ । କାର୍ଯ୍ୟକ୍ରମରେ ପୁରାତନ ଛାତ୍ର ଶିକ୍ଷକ ଲଳିତ କୁମାର ନାଏକ ମଞ୍ଚ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମକୁ ପୁରାତନ ଛାତ୍ର ସଂସଦର ସଭାପତି ଦୀପ ଚନ ସାହୁଙ୍କ ସହ ଅରବିନ୍ଦ ଶର୍ମା ଓ ପୁରାତନ ଛାତ୍ରଛାତ୍ରୀ ବିଦ୍ୟାଳୟର ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ସହ ଗ୍ରାମବାସୀ ସହଯୋଗ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଅତିଥିମାନଙ୍କୁ ଗ୍ରାମର ବର ଗଛ ଛକରୁ ବାଜା ବଜାଇ ସ୍ୱାଗତ କରି ମଞ୍ଚକୁ ନିଆଯାଇଥିଲା । ଶେଷରେ ବିଦାଇ ଶିକ୍ଷକଙ୍କୁ ବିଶାଳ ଶୋଭାଯାତ୍ରାରେ ଗାଁ ପରିକ୍ରମା ପରେ ଘରକୁ ପହଞ୍ଚାଇ ଦିଅଯାଇଥିଲା ।

Leave A Reply

Your email address will not be published.