om academy

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ : ଘଟଣା ସ୍ଥଳରୁ ଉଦ୍ଧାର କଲା ସଂକଲ୍ପ ପରିବାର

jsm

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ସୁକୁଡ଼ା ନଲିଛୁଆଁ ରାସ୍ତାରେ ଆଜି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ସୂଚନା ମିଳିଛି । ସୂଚନା ମୁତାବକ ଆଜି ଦିନ ୧୨ଟା ୩୦ମିନିଟ ସମୟରେ ଭଟଲି ବ୍ଲକ ନଲିଛୁଆଁ ରାସ୍ତା କଡରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି । ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ଦୁଇଜଣ ବ୍ୟକ୍ତି ସମେତ ଏକ ଟି.ଭି.ଏସ ଷ୍ଟାର ସିଟି ବାଇକ୍ ଘଟଣା ସ୍ଥଳରେ ପଡିଥିଲା । ଘଟଣା ସ୍ଥଳରୁ ସଂକଲ୍ପ ପରିବାରର ସଦସ୍ୟ ଜିଲ୍ଲା ମୁଖ୍ୟ ଚିକତ୍ସାଲୟକୁ ଆଣିଥିଲେ ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ବ୍ୟକ୍ତି ଜଣକ ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ଡବଲଙ୍ଗ ଗ୍ରାମର ସୁଶାନ୍ତ ମେହେର(୨୮) ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.