ସଡକ ଦୁର୍ଘଟଣା, ୨ ଆହତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ମୁଖ୍ୟଛକଠାରେ ଦୁଇଟି ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଦୁଇ ଜଣ ଗୁୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ ଦୁଇଜଣ ପାଇକମାଲ ପଟରୁ ଆସୁଥିବା ଝାରବନ୍ଧ ବ୍ଲକ ତୁର୍ଲା ଗ୍ରାମର ଯେମନ୍ତ ମାଝୀ ଓ ତାଙ୍କ ଧର୍ମପତ୍ନୀ ସଙ୍ଗୀତା ମାଝୀ ବୋଲି ଜଣାପଡିଛି । ଆହତ ଦୁଇଜଣଙ୍କୁ ଭୂଇଁଖାର ଗ୍ରାମର ସମାଜସେବୀ ବିଜୟ ସିଂ ଭୁଏ ୧୦୮ ଆମ୍ବୁଲାନ୍ସ ଯୋଗେ ନୂଆପଡା ଚିକିତ୍ସାଳୟକୁ ନେଇଥିଲେ । ତେବେ ଦୁହିଁଙ୍କ ଅବସ୍ଥା ଗୁରୁତର ଥିବାରୁ ନୂଆପଡା ଡାକ୍ତର ବୁର୍ଲ୍ଲା ସ୍ଥାନାନ୍ତରିତ କରିବା ପାଇଁ କହିଥିଲେ । ସମାଜସେବୀ ଶ୍ରୀ ଭୁଏ ନୂଆପଡାରୁ ବୁର୍ଲ୍ଲାକୁ ୧୦୮ ଯୋଗେ ପଠାଇଥିଲେ ।

Leave A Reply

Your email address will not be published.