oom

ଡୁଡୁକିଝରିଆ କପ୍ : ବୁଧାପାଲିକୁ ହରାଇ ଆମ୍ବବାହାଲ ଚମ୍ପିୟାନ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଳକ ଜାମସେଠ ପଞ୍ଚାୟତ ଡୁଡୁକିଝରିଆ ଗ୍ରାମର ସନ ରାଇଜର କ୍ରିକେଟ କ୍ଳବର ସରକାରୀ କୋଭିଡ ନିୟମ ଅନୁଯାୟୀ କମ ଦର୍ଶକ ମାକ୍ସ ବ୍ୟବହାର ଓ ସାମାଜିକ ଦୂରତା ରକ୍ଷା କରି ୭ତମ ଡୁଡୁକିଝରିଆ ଫାଇନାଲ ମ୍ୟାଚରେ ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚରେ ବୁଧାପାଲିକୁ ହରାଇ ଆମ୍ବବାହାଲ ଚମ୍ପିୟାନ ହୋଇଛି । ଏଥିରେ ୨୦ଟି ଦଳ ଅଂଶଗ୍ରହଣ କରିଥିଲେ । ବୁଧାପାଲି ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତ ୮ ଓଭରରେ ନରେଶ ଭୋଇଙ୍କ ୩୨ ରନ, ମିଥୁନ ପାଣ୍ଡେଙ୍କ ୧୨ ରନ ସହାୟତାରେ ୫ ଓ୍ବିକେଟ ହରାଇ ୬୧ ରନ ସଂଗ୍ରହ କରିଥିଲେ । ଏହାର ଜବାବରେ ଆମ୍ବବାହାଲ ଦଳ ରାଜ ପଟ୍ଟନାୟକଙ୍କ ୩୪ ରନ, ପ୍ରଦୀପ ସାହୁ ୧୧ ଓ ସୁଶାନ୍ତ ସାହୁଙ୍କ ୧୦ ରନ ସହାୟତାରେ ୧ ଓ୍ବିକେଟ ହରାଇ ଚମ୍ପିୟାନ ହୋଇଛି । ସୋମେଶ ମାଝୀ(ଡିଲୁ) ଓ ଉଜ୍ଜ୍ୱଳ ଛତ୍ରିଆ ଖେଳ ପରିଚାଳନା କରିଥିଲେ।ପପୁନ ମାଝୀ ଓ ମଣ୍ଟୁ ଷଡ଼ଙ୍ଗୀ ସ୍କୋରର୍ ଥିବା ବେଳେ ପ୍ରଦୀପ ନାଗ,ପ୍ରହ୍ଳାଲାଦ ଭୋଇ ଓ ସୁଶାନ୍ତ ପ୍ରଧାନ ଧାରାବିବରଣୀ ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜାମସେଠ ସରପଞ୍ଚ ପ୍ରତିନିଧି ତଥା ସମାଜସେବୀ ଶରତ ଚନ୍ଦ୍ର ତାଣ୍ଡି, ସମ୍ମାନିତ ଅତିଥି ଭାବେ ଗୋବିନ୍ଦ ସୁନା, ଆୟୋଜକ ସଭାପତି ଅପୁ ଦାଶ, ସମ୍ପାଦକ ଆଶୁତୋଷ ତ୍ରିପାଠୀ, ଉପଦେଷ୍ଟା ତ୍ରିନାଥ ଭୋଇ, ସମ୍ବାଦିକ ଗିରିଶ ଭାଇ, ବିଜୁ ଯୁବ ବାହିନୀ ସଭାପତି ମଦନ ଭୋଇ, ଉପଦେଷ୍ଟା ଭୂପେନ୍ଦ୍ର ଷଡ଼ଙ୍ଗୀ, କୁମର ମାଝୀ ପ୍ରମୁଖ ମଞ୍ଚାସୀନ ଅତିଥି ଥାଇ ଚମ୍ପିୟାନ ଓ ରନର୍ସ ଦଳକୁ ପୁରସ୍କୃତ କରିଥିଲେ । ଚମ୍ପିୟାନ ଦଳର ରାଜ ପଟ୍ଟନାୟକଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଦିଆଯାଇଥିଲା । ବିଶ୍ବ ବାଗ, ବିକାଶ ନାଏକ, ହେମସାଗର ନାଏକ, ବାମନ ସାହୁ, ଦୀପକ ସରାଫ, ଶୁକଦେବ ବରିହା, ଘନଶ୍ୟାମ ଭୋଇ, ବିକ୍ରମ ସରାଫ, ଗଙ୍ଗାଧର ବଚ୍ଛା ଓ ବହ୍ମା ନାଗ ପ୍ରମୁଖ ସହଯୋଗ କରିଥିବା ବେଳେ ତ୍ରିନାଥ ଭୋଇ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.