ls

ଧର୍ମ ପରାୟଣ ବ୍ୟକ୍ତିଙ୍କ ପରଲୋକ

sb

ଆଗଲପୁର, (ସୁଶିଲ କୁମାର ମିଶ୍ର) : ଆଗଲପୁର ବ୍ଲକ ଭରସୁଜା ଛେଲିଆପାଟ ହାଇସ୍କୁଲର ଶିକ୍ଷକ ଆନନ୍ଦ ଚନ୍ଦ୍ର ସାହୁଙ୍କ ବାପା ଲେକ୍ରୁ ସାହୁଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା । ଜଣେ ଅମାୟିକ, ସରଳ ତଥା ଧର୍ମ ପରାୟଣ ବ୍ୟକ୍ତି ଭାବେ ସ୍ୱର୍ଗତ ସାହୁ ସ୍ଥାନୀୟ ଅଞ୍ଚଳରେ ସୁପରିଚିତ ଥିଲେ । ଗ୍ରାମରେ ଏକ “ବେଦ ଭବନ” ପ୍ରତିଷ୍ଠା କରିବା ପାଇଁ ଭରସୁଜାସ୍ଥିତ ବେଦ ଭବନ ଟ୍ରଷ୍ଟକୁ ସେ ଦଶ ଡିସିମିଲ ଜମି ଦାନ କରିଥିଲେ । ସ୍ଥାନୀୟ ସତୀଘାଟ ଶ୍ମଶାନରେ ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ସ୍ୱର୍ଗତ ସାହୁଙ୍କ ଅନ୍ତେଷ୍ଟିକ୍ରିୟା ସମ୍ପନ୍ନ ହୋଇଥିବା ବେଳେ ବଡପୁଅ ଆନନ୍ଦ ମୁଖାଗ୍ନି ଦେଇଥିଲେ । ମୃତ୍ୟୁ ବେଳକୁ ତାଙ୍କର ଅନ୍ୟ ଦୁଇପୁଅ ସାନନ୍ଦ, ଦୟାସିନ୍ଧୁ, ପୁତ୍ରବଧୂ ଲତା, ଗୀତା ଓ ସଂଯୁକ୍ତା ତଥା ଜାମାତା ଘାସିରାମ ଏବଂ ପରିବାର ସ୍ୱଜନ ଉପସ୍ଥିତ ଥିଲେ । ସ୍ୱର୍ଗତ ସାହୁଙ୍କ ବିୟୋଗରେ ଅଞ୍ଚଲରେ ଶୋକର ଛାୟା ଖେଳିଯାଇଛି ।

pc pk
Leave A Reply

Your email address will not be published.