ଜବରଦଖଲ ଉଚ୍ଛେଦ ନୋଟିସକୁ ବିରୋଧ କରି ଜିଲ୍ଲାପାଳଙ୍କ ଘର ସାମ୍ନାରେ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜବରଦଖଲ ଉଚ୍ଛେଦକୁୂ ବିରୋଧ କରି ଜିଲ୍ଲାପାଳଙ୍କ ବାସଭବନ ସାମ୍‌ନାରେ ଧାରଣା ଦିଆଯାଇଛି ଗତକାଲି । ନିଜ ଘର ଭଙ୍ଗା ହେବା ନୋଟିସ ପରେ ଜିଲ୍ଲାପାଳଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବଲାଙ୍ଗୀର ସୂର୍ୟ୍ୟନଗରବାସୀ । ତେବେ ସେମାନେ ଥଇଥାନ କରିବା ପରେ ଉଚ୍ଛେଦ କରାଯିବାକୁ ଦାବୀ ଉଠାଇଛ‌ନ୍ତି । ସୂଚନା ଅନୁସାରେ ଗୋଟିଏ ଦିନରେ ଘର ଖାଲି କରିବାକୁ ନୋଟିସ ଆସିଛି । ବଲାଙ୍ଗୀର ସହର ୫ ନମ୍ବର ଓ୍ବାର୍ଡ ସୂର୍ୟ୍ୟନଗରରେ ଦୀର୍ଘ ୨୦ ବର୍ଷ ଧରି ସେମାନେ ରହି ଆସୁଥିବା ବେଳେ ସେଠାରେ ସାଇନ୍ସ ପାର୍କ ନିର୍ମାଣ କରାଯିବାକୁ ସେମାନଙ୍କୁ ହଠାଇବା ପାଇଁ ତଥା ଘର ଖାଲି କରିବା ପାଇଁ ନୋଟିସ ଆସିଛି । ଏହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।

Leave A Reply

Your email address will not be published.