ତଲିଉଡାର ଗ୍ରା.ପ.ର ଅନିୟମିତତା ବିରୋଧରେ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ ତଲିଉଡାର ଗ୍ରା.ପ.ରେ ନାନା ପ୍ରକାର ଅନିୟମିତତା ଲାଗି ରହଥିବା ଦର୍ଶାଇ ଗ୍ରାମବାସୀମାନେ ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ, ତଲିିଉଡାର ଗ୍ରା.ପ.ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା ଏବଂ ଅନ୍ୟାନ୍ୟ ସରକାରୀ ଯୋଜନାରେ ହୋଇଥିବା ଦୁର୍ନୀତିର ତଦନ୍ତ ପାଇଁ ସେମାନେ ଗତ ତା୦୮/୦୯/୨୦୨୦ରୁ ଜିଲ୍ଲା ପ୍ରଶାସନ ସରକାରଙ୍କ ଠାରେ ଦାବୀ କରି ଆସୁଛନ୍ତି । ଗତ ତା୦୨/୧୦/୨୦୨୦ରୁ ତା୦୬/୧୦/ ୨୦୨୦ ପର୍ଯ୍ୟନ୍ତ ତଲିଉଡାର ଗ୍ରା.ପ. କାର୍ଯ୍ୟଳୟ ସମ୍ମ୍‌ୁଖରେ ଅମରଣ ଅନଶନରେ ଗ୍ରାମବାସୀମାନେ ବସିଥିଲେ ଏବଂ ତା୦୬/୧୦/୨୦୨୦ ଦିନ ଲୋଇସିଂହା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଲିଖିତ ପ୍ରତିଶୃତି ପାଇବା ପରେ ଅନଶନ ପ୍ରତ୍ୟାହାର କରିଥିଲେ । କିନ୍ତୁ ତା ପରେ ମଧ୍ୟ କୋ÷ଣସି ସୁଫଳ ନମିଳିବାରୁ ଗତ ତା୦୪/୧୨/୨୦୨୦ ଦିନ ବଲାଙ୍ଗି୍‌ଗିର ଜିଲ୍ଳାପାଳଙ୍କୁ ମଧ୍ୟ ଲିଖିତ ଭାବେ ଏସଂପର୍କରେ ଜଣାଇଥିଲେ ତା ସତ୍ତେ୍ୱ ଆଜି ପର୍ଯ୍ୟନ୍ତ କୈାଣସି ଦ୍ୱାରାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ଏଣୁ ଗତ ୬ ତାରିଖ ଦିନ ୧୦ଟାରୁ ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମ୍‌ୁଖରେ ତଲିଉଡାର ଗ୍ରାମବାସୀ ଦାବୀ ପୂରଣ ନହେବା ଯାଏଁ ଧାରଣାରେ ବସିବେ ବୋଲି କହିଛନ୍ତି ।

Leave A Reply

Your email address will not be published.