pr

ରାଜବୋଡାସମ୍ବର ଧନୁଯାତ୍ରା : ରଙ୍ଗସଭାର ଆୟୋଜନ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ୍ ଗୋଇବାହଲିଠାରେ ହେଉଥିବା ସପ୍ତମ ରଜାବୋଡାସମ୍ବର୍ ଧନୁଯାତ୍ରା ମହୋତ୍ସବର ଷଷ୍ଠ ଦିବସରେ ଗୋପପୁର କେର୍ମେଲାବାହାଲରେ ଦିବା ୧୦ ଟାରୁ ୪ ମଧ୍ୟରେ କୃଷ୍ଣ ବଳରାମଙ୍କ ବାଲ୍ୟଲୀଳା, କାଳୀୟ ଦଳନ, ବିଶ୍ଵରୂପ ଦର୍ଶନ, ଗୋପୀଙ୍କ ଦହିବିକା, ନବକେଲି, ବସ୍ତ୍ରହରଣ ଦୃଶ୍ୟ ଅଭିନୀତ ହୋଇଥିଲା । ପରେ ସଂନ୍ଧ୍ୟା ସମୟେ ରାଜ ଦରବାରରେ ରଙ୍ଗ ସଭାର ଆୟୋଜନ, କାଳୀୟ ନାଗ ଶରଣାଗତରେ କଂସ ମର୍ମାହତ, ନାରଦଙ୍କ ପରାମର୍ଶ କ୍ରମେ କୃଷ୍ଣ ବଳରାମଙ୍କୁ ନିମନ୍ତ୍ରଣ ପାଇଁ ଅକ୍ରୁରକୁ ଗୋପପୁର ପ୍ରେରଣ । ଉକ୍ତ ଦରବାରରେ ରାଜ ଅତିଥିଭାବେ ପୂର୍ବତନ ମନ୍ତ୍ରୀ ରିତା ସାହୁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ବରଗଡ଼ ଶ୍ରୀମତୀ ମାନିନୀ ଭୋଇ, ପୂର୍ବତନ ବିଧାୟକ ଲୋଇସିଂହା ନିହାର ରଞ୍ଜନ ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପାଇକମାଲ ପ୍ରଫୁଲ୍ଲ ଓଦୋ, ସମେତ ଅନ୍ୟାନ ଅଥିତିମାନେ ଯୋଗଦେଇଥିଲେ । ପରେ ରାଜଦରବାରରେ ଢୋଲ ମୁହୁରୀ କଲା ପରିଷଦ ବଲାଙ୍ଗିର, ଆଦିବାସୀ ସଂସ୍କୃତି ସଂଘ ବଲାଙ୍ଗିର, ଜିତେନ୍ଦ୍ର ହରିପାଳ କଳା କେନ୍ଦ୍ର ବଲାଙ୍ଗିରର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

nrusinghnath
Leave A Reply

Your email address will not be published.