ଟ୍ରକକୁ ଧକ୍କା ଦେଲା କାର୍‌, ୪ ଗୁୁରୁତର

ଚଣ୍ଡିଖୋଲ : ଘନ କୁହୁଡି ଲାଗି ଦୁର୍ଘଟଣା । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ୧୬ନମ୍ବର ଜାତୀୟ ରାଜପଥ ବନ୍ଦାଳ ଛକ ନିକଟରେ ଦୁର୍ଘଟଣା ଘଟିଛି । ଟ୍ରକ ସହ କାର୍‌ ଧକ୍କା ହୋଇଛି । ଯାହାଫଳରେ କି ୪ଜଣ ଗୁରୁତର ଥିବା ଜଣାପଡିଛି । ଖବର ଅନୁଯାୟୀ, ଆଜି ଭୋର ସମୟ କୋଲକାତାରୁ କଟକ ଅଭିମୁଖେ ଏକ କାର୍‌ ଯାଉଥିଲା । କିନ୍ତୁ ଘନ କୁହୁଡ଼ି ଲାଗି ବନ୍ଦାଳ ଛକ ନିକଟରେ ରାସ୍ତା ପାର୍‌ ହେଉଥିବା ବେଳେ ଟ୍ରକକୁ ଧକ୍କା ଦେଇଥିଲା । ଦୁର୍ଘଟଣା ସମୟରେ କାର୍‌ ଥିବା ଯାତ୍ରୀଙ୍କ ମଧ୍ୟରୁ ୪ଜଣ ଅବସ୍ଥା ଗୁରୁତର ହୋଇଥିବା ବେଳେ ୨ଜଣ ସାମାନ୍ୟ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଆହତ ଯାତ୍ରୀଙ୍କ ମଧ୍ୟରୁ ୨ଜଣ ମହିଳା ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗୁରୁତରଙ୍କୁ ବଡଚଣା ମେଡିକାଲରେ ଭର୍ତ୍ତି କରିଛନ୍ତି । ଟ୍ରକକୁ ଜବତ କରିଛି ବଡ଼ଚଣା ଥାନା ପୋଲିସ ।

Leave A Reply

Your email address will not be published.