ଦେଶୀ ରନ୍ଧା ମଦ କାରବାରରେ ମହିଳା ସମେତ ୨ କୋର୍ଟ ଚାଲାଣ

ପାଟଣାଗଡ, (ଅଜିତ କୁମାର ପୁରୋହିତ) : ଆଜି ପାଟଣାଗଡ ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ମହୁଲ ପୋଚ ନଷ୍ଟ କରାଯାଇଥିବା ବେଳେ ୧୫୦ ଲିଟର ଦେଶୀ ରନ୍ଧା ମଦକୁ ଜବତ କରିବା ସହ ୨ ଜଣ ମଦ ବେପାରୀଂକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ ଯେ ଆଜି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପାଟଣାଗଡ ଅବକାରୀ ଉପ ନିରୀକ୍ଷକ ବିଶ୍ୱାନାଥ ପରିଡା ଏବଂ ବଲାଙ୍ଗିର ନିରୀକ୍ଷକ ଉଦୟଲାଲ ନାୟକ ଖପ୍ରାଖୋଲ ବ୍ଲକର ବେନେ୍ଦର ଗ୍ରାମରେ ଅତର୍କିତ ଚଢାଉ କରି ଶହଶହ କୁଇଂଟାଲ ମହୁଲ ପୋଚକ୍ଟ୍ର ନଷ୍ଟ କରିବା ସହ ସେହି ଗାଁର ମଦ ମାଫିଆ ବେଆଇନ ଦେଶୀ ମଦ ପ୍ରସ୍ତୁତ କରି ବିକ୍ରି କରୁଥିବା ଅଭିିଯୋଗରେ ରାମକୃଷ୍ନ ବନଛୋର ଏବଂ ଭଜମାନ ବାଗଙ୍କ ସ୍ତ୍ରୀ ତପସ୍ୱିନୀ ବାଗଙ୍କୁ ଗିରଫ୍ କରିଛନ୍ତି । ତାଙ୍କଠାରୁ ୧୫୦ ଲିଟର ମଦ ଜବତ କରାଯାଇଥିବା କୁହାଯାଇଛି । କେସ ନମ୍ବର ୫୮/୨୦୨୦ ଏବଂ ୫୯/୨୦୨୦ ରେ ମାମଲା ରୁଜୁ କରାଯାଇ ମହିଳା ମଦ ମାଫିଆଙ୍କ ସହ ଦୁଇ ଜଣଙ୍କୁ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଥିବା ପାଟଣାଗଡ ଅବକାରୀ ନିରୀକ୍ଷକ ଶ୍ରୀ ପରିଡା ସୁଚନା ଦେଇଛନ୍ତି । ଏହି ଚଢାଉରେ ମୋତିଲାଲ ସାଗର, ଅଜିତ ସାହୁଙ୍କ ସହ ପାଟଣାଗଡ ଏବଂ ବଲାଙ୍ଗିରର ଅନେକ ଅବକାରୀ କର୍ମଚାରୀ ସାମିଲ ଥିଲେ । ପ୍ରକାଶ ଥାଉ କି ଲକଡାଉନ ସମୟରେ ବଲାଙ୍ଗିର ଜିଲ୍ଲାର ପାଟଣାଗଡ ବ୍ଲକର ରେଙ୍ଗାଲି ଏବଂ ପଣ୍ଡରୀପାଣି ଗ୍ରାମରେ ବିପୁଳ ପରିମାଣର ରନ୍ଧା ମଦ ପ୍ରସ୍ତୁତ ହୋଇ ଚାଲାଣ କରାଯାଉଥିବା ଖବର ପାଇ ଅବକାରୀ ଟିମ ଘନଘନ ଚଢାଉ କରି ମଦ ମାଫିଆଙ୍କୁ କୋର୍ଟ ଚାଲାଣ କରିଥିଲେ । ତଥାପି ଅଞ୍ଚଳର କିଛି କୁଜି ନେତା ଏହି କାରବାରରେ ପରୋକ୍ଷ ଭାବେ ସାମିଲ ଥିବା କାରଣରୁ ଏହି ମଦ ପ୍ରସ୍ତୁତକାରୀ ମାଫିଆଙ୍କ ଆଇନ କାନୁନକୁ ଖାତିର ନଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.