ls

ଟ୍ରେନରେ କଟି ସମାଜସେବୀଙ୍କ ମୃତ୍ୟୁ

2020

ଲୋଇସିଂହ, (ବିମଳେନ୍ଦୁ ସାହୁ) : ଶୁକ୍ରବାର ଅପରାହ୍ନ ଗୋଟାଏରେ ଲୋଇସିଂହା ନିକଟସ୍ଥ ସେମେଲମୁଣ୍ଡା ଠାରେ ଟ୍ରେନ ଲାଇନରେ କଟିଯାଇ ଜଣକର ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ହେଲେ ଲୋଇସିଂହାର ପୂର୍ବତନ ସରପଞ୍ଚ ମଞ୍ଜୁବାଳା ମେହେରଙ୍କ ସ୍ୱାମୀ ତଥା ଅବସରପ୍ରାପ୍ତ ଶିକ୍ଷକ ରମେଶ ଚନ୍ଦ୍ର ମେହେର (୭୦) । ଆଜି ଅପରାହ୍ନ ୧ ଟାରେ ବଲାଂଗୀର ପଟୁ ଡାଉନ ଲାଇନରେ ଆସୁଥିବା ଏକ ମାଲବାହୀ ଗାଡି ଧକ୍କାରେ ତାଙ୍କ ମୃତ୍ୟୁ ହୋଇଥିବା କିଛି ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି । ସ୍ବର୍ଗତ ମେହେର ଅବସର ନେବା ପରେ ସମାଜସେବାରେ ନିଜକୁ ନିୟୋଜିତ କରିବା ସହିତ ସ୍ଥାନୀୟ ସିନିୟର ସିଟିଜନ ଆସେମ୍ବଲିର ସକ୍ରିୟ ସଦସ୍ୟ ଭାବେ କାର୍ୟ୍ୟ କରୁଥିଲେ । ନିଜ ସହଧର୍ମିଣୀଙ୍କ ସହିତ ମିଶି କରୋନା କଟକଣା ସମୟରେ ଫସି ରହିଥିବା ଲୋକଙ୍କୁ ଦୈନିକ ରନ୍ଧାଖାଦ୍ୟ ଦେଉଥିଲେ । ରେଳବାଇ ପୋଲିସ ପହଂଚି ଶବ ଜବତ କରିବା ସହିତ ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାଯାଇଛି । ଆସନ୍ତାକାଲି ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ଜଣାଯାଇଛି । ତାଙ୍କ ଅକାଳ ନିଧନରେ ବରିଷ୍ଠ ନାଗରିକ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

Leave A Reply

Your email address will not be published.