ପୌରାଂଚଳର ଅପହଂଚ ଇଲାକାରେ ପହଂଚୁ ପ୍ରଶାସନ

କରୋନା ସଚେତନତା ଓ ମାକ୍ସ ବଂଟନ କଲେ ସ୍ୱେଚ୍ଛାସେବୀ
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର କେନ୍ଦ୍ରୀୟ ବିଦ୍ୟାଳୟ ପଛପଟେ ଥିବା ନିଖିଲନଗର, ଡେମପଡାରେ କରଙ୍ଗାକଟା ବଂଚାଅ ଅଭିଯାନ ପକ୍ଷରୁ ମାକ୍ସ ବଂଟନ କରାଯାଇଛି । ସହରରେ ଦିନକୁ ଦିନ କରୋନା ପଜିଟିଭ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଜନ ସଚେତନତା ସୃଷ୍ଟି କରା ଯିବାକୁ ଅଂଟା ଭିଡିଛି ଅନୁଷ୍ଠାନ । ଲୋକଙ୍କୁ ଘରେ ରହିବା, ଜିଲା ପ୍ରଶାସନ ଦ୍ୱାରା ଜାରି କରାଯାଇଥିବା ସତର୍କ ସୂଚନା ଓ କଟକଣାକୁ ମାନିବା, ଅତି ଜରୁରୀ ନହେଲେ ଘରୁ ନବାହାରିବା, ମାକ୍ସ ପିନ୍ଧିବା ଆଦି ବିଷୟରେ ଲୋକଙ୍କୁ ସଚେତନ କରାଯାଇଥିଲା । ଏହି ଅଂଚଳ କୌଣସି ଉପାନ୍ତ ଏରିଆରୁ କମ୍ ନୁହେଁ । ଏଠିକାର ସ୍ୱାସ୍ଥ୍ୟ ସମସ୍ୟା, ସ୍ୱଚ୍ଛତା ନେଇ ପୌରପାଳିକା ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦେବାକୁ ଦାବୀ କରିଛନ୍ତି ବିଶିଷ୍ଟ ସୂଚନା ଅଧିକାର କର୍ମୀ ତଥା କରଙ୍ଗାକଟା ବଂଚାଅ ଅଭଯାନର ସଭାପତି ହେମନ୍ତ କୁମାର ପଣ୍ଡା । ଏହି ଅଂଚଳରେ ସଫେଇ, ସେନିଟାଇଜ କରାଯିବା ସହ ବ୍ଲିଚିଂ ପକାଯିବାକୁ ଦାବୀ କରିଛି କମିଟି । କୋଭିଡ-୧୯ ମୁକାବିଲା ପାଇଁ ସଚେତନତା ସୃଷ୍ଟି କରାଯିବା ସହ ମାକ୍ସ ବଂଟନ କରାଯାଇଥିଲା । ଅନୁଷ୍ଠାନର ଆବାହକ ପ୍ରଶାନ୍ତ ମହାକୁର, ରେଡକ୍ରସର ସଦସ୍ୟ ତଥା ସ୍ୱେଚ୍ଛାସେବୀ ଶିକ୍ଷକ ରାମ ନାରାୟଣ ଦାଶ, ଯୁବ ଏକ୍ସନ କମିଟିର ସଭାପତି ବିନୋଦ କୁମାର କାଲସାଏ, ଅଭିନେତା ଅଜୟ ନାଗ, ସାଗର କୁମାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.