ଓଡିଶାର ପୂର୍ବତନ ରାଜ୍ୟପାଳ ଏମ୍‌ଏମ୍‌ ରାଜେନ୍ଦ୍ରନଙ୍କ ଦେହାନ୍ତ

  • ମହାବାତ୍ୟା ସମୟରେ ସମ୍ଭାଳିଥିଲେ ଗୁରୁ ଦାୟିତ୍ଵ

ଭୁବନେଶ୍ଵର : ଓଡିଶାର ପୂର୍ବତନ ରାଜ୍ୟପାଳ ଏମ୍‌ଏମ୍‌ ରାଜେନ୍ଦ୍ରନଙ୍କ ଦେହାନ୍ତ ହୋଇଯାଇଛି । ଶନିବାର ଚେନ୍ନାଇରେ ଆପୋଲୋ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ଵାସ ତ୍ୟାଗ କରିଥିବା ଜଣାପଡିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା । ସେ ପତ୍ନୀ ସୁଶୀଳା ରାଜେନ୍ଦ୍ରନଙ୍କ ସହ ଦୁଇ ପୁଅ ଓ ଝିଅକୁ ଛାଡ଼ି ଆର ପାରିକୁ ଚାଲି ଯାଇଛନ୍ତି । ସୂଚନାଯୋଗ୍ୟ ଯେ, ୧୯୫୭ ବ୍ୟାଚ୍‌ର ଆଇଏଏସ୍‌ ଟପ୍ପର ରାଜେନ୍ଦ୍ରନ ତାମିଲନାଡୁର ମୁଖ୍ୟ ସଚିବ ରହିଥିଲେ । ସେ ୧୯୯୯ରେ ଓଡିଶାର ରାଜ୍ୟପାଳ ଭାବେ ଦାୟିତ୍ଵ ଗ୍ରହଣ କରିଥିଲେ । ଆଉ ଏହି ସମୟରେ ଓଡିଶା ନିଜ ଇତିହାସର ସବୁଠୁ ବଡ଼ ପ୍ରାକୃତିକ ବିପର୍ଯ୍ୟୟ ମହାବାତ୍ୟାର ସମ୍ମୁଖୀନ ହୋଇଥିଲା । ଏହି ସମୟରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ ତଦାରଖ କରିବାରେ ଏବଂ ପ୍ରଶାସନିକ କଳକୁ ସଠିକ ଭାବେ ଦିଗଦର୍ଶନ ଦେବାରେ ରାଜ୍ୟପାଳ ଏମ୍‌ଏମ୍‌ ରାଜେନ୍ଦ୍ରନ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.