pakka

ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ଦାବୀରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

bbehera

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସ୍ୱତନ୍ତ୍ର ଶିକ୍ଷକ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ସୂଚନା ମତେ ପ୍ରତ୍ୟେକ ପ୍ରାଥମିକ ସ୍କୁଲରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କରିବା ପାଇଁ ସୁପ୍ରିମକୋର୍ଟର ଆଦେଶ ଥିବା ସ୍ୱତେ ଓଡ଼ିଶା ସରକାର ତାହାକୁ ଲାଗୁ କରିନାହାନ୍ତି ଯାହା ଫଳରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟ ରାଜ୍ୟମାନଙ୍କରେ ତାହା ଲାଗୁ ହୋଇସାରିଛି । ତେଣୁ ଦିବ୍ୟାଙ୍ଗ ପିଲାମାନେ ସ୍ୱତନ୍ତ୍ର ଶିକ୍ଷାରୁ ବଞ୍ଚିତ ହୋଇ ରହିଯାଉଛନ୍ତି । ତେଣୁ ୨ ବର୍ଷ ସ୍ୱତନ୍ତ୍ର ଶିକ୍ଷା ପ୍ରଦାନର ତାଲିମ ନେବା ସ୍ୱତେ ସ୍ୱତନ୍ତ୍ର ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ ନାହଁ । ତେଣୁ ଯଦି ଆଗାମୀ ଦିନରେ ଶିକ୍ଷକ ପଦବୀ ନିଯୁକ୍ତ କରାନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ।

jay balangir
Leave A Reply

Your email address will not be published.

14 − 8 =