ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ସାର୍କିଟ ହାଉସଠାରେ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ବଲାଙ୍ଗିର ଗସ୍ତ ସମୟରେ ସ୍ଥାନୀୟ ସର୍କିଟ ହାଉସରେ ବଲାଙ୍ଗିର କଳା ଓ ସଂସ୍କୃତି ସଂଘ ଓ ତହଁକ କୁଟୁମ୍ ତରଫରୁ ବଲାଙ୍ଗିରରେ ଡାଲଖାଇ ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଏବଂ କୋସଲ କଳାମଣ୍ଡଳ ପୂର୍ତ୍ତି ହେଲାଣି କିର୍ତ୍ତିରାଜକୁ ସୁରକ୍ଷା ପାଇଁ ଦାବୀ, ବଲାଙ୍ଗିର ସହରର ମନ୍ଦିରକୁ ପର୍ଯ୍ୟଟନ ସ୍ଥଳି ଦାବୀ କରି ଏକ ଅନୁରୋଧ ପତ୍ର ପ୍ରଦାନ କରାଯାଇଅଛି । ଏଥିରେ ଦୁଲଦୁଲି କଳା ପରିଷଦର ବାସୁଦେବ ସା, ନିଗମ ନାଥ, ତହଁକ କୁଟୁମ୍ର ଅର୍ଜୁନ ସାହୁ, ମନ୍ଦିର ସୁରକ୍ଷା କମିଟିର ପ୍ରଶାନ୍ତ ମହାକୁର, ସଂସ୍କୃତି ପ୍ରେମୀ ଜୟକୃଷ୍ଣ ମିଶ୍ର ଉପସ୍ଥିତ ରହି ଦାବୀପତ୍ର ପ୍ରଦାନ କରିଥିଲେ ।
Prev Post