କୃଷି ମନ୍ତ୍ରୀଙ୍କ ପରିଦର୍ଶନ ସମୟରେ କଦଳୀ ଚାଷକୁ ବୀମା ଭୁକ୍ତ କରିବା ପାଇଁ ଦାବୀ କଲେ ଚାଷୀ

ପ୍ରସ୍ତାବିତ କେବିକେ ଅଞ୍ଚଳର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ ଦାବୀ
ଦେଓଗାଁ, (ମନୀଷ କୁମାର ସାହୁ): କଦଳୀ ଚାଷ ଦେଖି ମୋର ଆଖି ପବିତ୍ର ହୋଇଗଲା, ଉପକୂଳ ଅଞ୍ଚଳରେ ବାତ୍ୟା ପାଇଁ ଏହି ଚାଷ ହେଉ ପାରୁ ନାହିଁ ପଶ୍ଚିମାଞ୍ଚଳରେ ଭଲ ହେଉଛି । କଦଳୀଠୁ ସୁଖା କଦଳୀ ପତ୍ରର ଚାହିଦା ଢେର ଅଧିକ ବୋଲି ରାଜ୍ୟ କୃଷି ,ପଶୁ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ପ୍ରକାଶ କରିଛନ୍ତି । ଶ୍ରୀ ସାହୁ ଗୁରୁବାର ୫ ଟା ସମୟରେ ହତିସରା ପଞ୍ଚାୟତର ନାଇକେନଶିରାର ଗୋବିନ୍ଦ ଦାସ କରିଥିବା କଦଳୀ ଚାଷକୁ ପରିଦର୍ଶନରେ ଯାଇଥିଲେ । ଗାଁର ଚାଷୀମାନେ ମନ୍ତ୍ରୀଙ୍କ ଠାରେ ଦାବୀ କରିଥିଲେ ଯେ, କଦଳୀ ଚାଷରେ ଲାଭ ମିଳୁଛି କିନ୍ତୁ ବିକ୍ରି ପାଇଁ ସରକାରୀ ବଜାର ବ୍ୟବସ୍ଥା ନାହିଁ । ଅନେକ ସମୟରେ ଚାଷ କ୍ଷତିଗ୍ରସ୍ତ ହେଉଛି କିନ୍ତୁ ବୀମା ଭୁକ୍ତ ନ ଥିବାରୁ କ୍ଷତିପୂରଣ ମିଳୁ ନାହିଁ ବୋଲି ଅଭିଯୋଗ କରିଥିଲେ । କଦଳୀ ଚାଷକୁ ବୀମା ଭୁକ୍ତ କରି ପ୍ରୋତ୍ସାହନ ରାଶି ଯୋଗାଇ ଦେଲେ ଅଧିକ ଚାଷ ହୋଇପାରିବ ବୋଲି କହିଥିଲେ । ବୀମାଭୁକ୍ତ ସହ ସୁଖା କଦଳୀ ପତ୍ର କିଣିବା ପାଇଁ ପଦକ୍ଷେପ ନିଆଯିବ ବୋଲି ମନ୍ତ୍ରୀ ଚାଷୀ ପ୍ରତିଶ୍ରୁତି ଦେଇଥିଲେ । ଅନ୍ୟପକ୍ଷରେ ଦେଓଗାଁ ବ୍ଲକରେ ଥିବା ରାଜ୍ୟର ଦ୍ୱିତୀୟ ମେଣ୍ଡା ଫାର୍ମ ଠାରେ ୧୩୮ ଏକର ଜମି ଅଛି । ପ୍ରସ୍ତାବିତ କେବିକେ ଅଞ୍ଚଳର ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଳୟ ସ୍ଥାପନ କଲେ କେହି ବିସ୍ଥାପିତ ହେବେ ନାହିଁ ବୋଲି କୃଷି ମନ୍ତ୍ରୀଙ୍କ ଠାରେ ଦେଓଗାଁ ବ୍ଳକ ପୂର୍ବ ଅଧ୍ୟକ୍ଷ ଲକ୍ଷଣ ମେହେର ଦାବୀ କରିଥିଲେ ।

Leave A Reply

Your email address will not be published.