ଜାନୁଆରୀ ୧୩ରୁ ଆରମ୍ଭ ହେବ ଜାମସେଠ ପ୍ରିମିୟର ଲିଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଳକ ଜାମସେଠ ପ୍ରିମିୟର ଲିଗ-୨୦୨୧ ପାଇଁ ଏକ ସଭା ଆୟୋଜିତ ହୋଇଯାଇଛି । ଏହା ଟଙ୍କଧର ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗିରିଶ ଚନ୍ଦ୍ର ମାଝୀ ଅତିଥି ଭାବେ ଯୋଗଦେଇ ଥିଲେ। ଏ‌ହି ଟୁର୍ଣ୍ଣାମେଣ୍ଟରେ ୧୬ ଟି ଦଳ ଅଂଶଗ୍ରହଣ କରିବେ । ୧୩ରୁ ଆରମ୍ଭ ହୋଇ ଜାନୁୟାରୀ ୧୭ରେ ଫାଇନାଲ ଖେଳ ହେବ । ପ୍ରତ୍ୟେକ ମ୍ୟାଚ ୧୦ ଓଭର ଲେଖାଏଁ ଖେଳାଯିବ। ଚମ୍ପିୟାନ ଦଳ ୧୦,୦୦୦ ଓ ରନର୍ସ ଦଳକୁ ୬୦୦୦ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ ବୋଲି ସ୍ଥିର ହୋଇଛି । ଏହି ବୈଠକରେ ଏକ କମିଟି ଚୟନ କରାଯାଇଛି । ସଭାପତି ଦଳଗଞ୍ଜନ ମାଝୀ, ସମ୍ପାଦକ ସୌମ୍ୟ ରଞ୍ଜନ ମାଝୀ ଓ କୋଷାଧ୍ୟକ୍ଷ ସୋମେଶ ମାଝୀଙ୍କୁ ଚୟନ କରାଯାଇଛି । ଏହି ସଭାରେ ଆୟୋଜକ କମିଟିର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.