
ଭଦ୍ରକ : ବେଆଇନ ଗୋରୁ ଚାଲାଣ ଓଲଟିଲା ଗାଡ଼ି । ଦୁର୍ଘଟଣାରେ ଡ୍ରାଇଭର ଏବଂ ୩ ଗୋରୁଙ୍କ ଚାଲିଗଲା ଜୀବନ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଧୁସୁରି ଥାନା ଅଧୀନ ଆସୁରାଲିରେ । ସୂଚନା ଯୋଗ୍ୟ ଯେ, ଗୋଟିଏ ଗାଡ଼ିରେ ଗୋରୁଙ୍କୁ ଚାଲାଣ କରିବା ପାଇଁ ନିଆଯାଉଥିଲା । ଖବର ପାଇ ଧୁସୂରି ପୋଲିସ ବେଆଇନ ଗୋରୁ ବୋଝେଇ ଗାଡ଼ିକୁ ପିଛା କରିଥିଲା । ପୋଲିସକୁ ଦେଖି ଗାଡ଼ି ଫେରାର ହେବା ବେଳେ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା । ଫଳରେ ଗାଡ଼ିର ଡ୍ରାଇଭର ଗୁରୁତର ହୋଇଥିବାରୁ ତାଙ୍କୁ ତୁରନ୍ତ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଦୁର୍ଘଟଣାରେ ୩ ଗୋରୁ ମୃତ୍ୟୁବରଣ କରିଥିବା ବେଳେ ଅନେକ ଗୋରୁ ଉଦ୍ଧାର କରିଛି ପୋଲିସ ।