କରୋନା ସଚେତନତାକୁ ନେଇ ତହସିଲଦାରଙ୍କ ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ ଅନୁସାରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସତର୍କତା ଅବଳମ୍ବନ କରାଯାଇଛି । ଏହି ପରିପ୍ରେକ୍ଷୀରେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣୀ ସୁନାନୀ ସିନ୍ଧେକେଲା ପହଞ୍ଚିି ସିନ୍ଧେକେଲା ଥାନା ଅନ୍ତର୍ଗତ ଗ୍ରାମରେ କରୋନା ସଚେତନତାକୁ ନେଇ ବୈଠକ ଅନୁଷ୍ଠିତ କରିଛନ୍ତି । ବିଦ୍ୟାଳୟ, ମହାବିଦ୍ୟାଳୟ, ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଓ ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ପର୍ଯ୍ୟାପ୍ତ ସାନିଟାଇଜେସନ୍‌ କରିବା ସହ ଶିକ୍ଷକ ଶିକ୍ଷୟତ୍ରୀ ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ମାକ୍ସ ପରିଧାନ କରିବା, ସାମାଜିକ ଦୂରତା ରକ୍ଷା କରିବା, ଥର୍ମାଲ ସ୍କ୍ରିନିଂ, ସାବୁନରେ ହାତ ଧୋଇବା, ସହ କୋଭିଡ -୧୯ ସତର୍କତା ନିୟମକୁ ପାଳନ କରିବାକୁ ନିର୍ଦ୍ଧେଶ ଦେଇଥିଲେ । ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ସାମାଜିକ ଦୂରତା ବଜାୟ ରଖିବାକୁ ସୁନିଶ୍ଚିତ କରିବା ସହ ହୋଟେଲ ଓ ଢାବା ଗୁଡିକରେ ସାମାଜିକ ଦୂରତା ଓ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଧେଶ ଦିଆଯାଇଛି । କରୋନା ଲକ୍ଷଣ ଅନୁଭବ ହେଲେ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ କୋଭିଡ ପରୀକ୍ଷା କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । କୌଣସି ବ୍ୟକ୍ତି କୋଭିଡ-୧୯ ନିର୍ଦ୍ଧେଶ ନାମାକୁ ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଧେଶ ଦିଆଯାଇଛି । ବୈଠକରେ ସିନ୍ଧେକେଲା ଥାନାଅଧିକାରୀ ଅନନ୍ତ ପ୍ରଧାନଙ୍କ ସମେତ ସିନ୍ଧେକେଲା ସରପଂଚ ରାଜା ଥନାପତି, ବଣିକ ସଂଘ ସଭାପତି ସୁବାଶ ଜୈନ, ସାମ୍ବାଦିକ ଅନୀଲ ତ୍ରିପାଠୀ, ଦିନେଶ ଜୈନ ପ୍ରମୁଖ ସାମିଲ ହୋଇଥିଲେ ।

Leave A Reply

Your email address will not be published.