oom

କୋଭିଡ ଡାକ୍ତରଖାନା ପରିଦର୍ଶନ କଲେ ସାଂସଦ : କହିଲେ, ୩୦୦ ଆର୍‌ଟିପିସିଆର୍‌ ଟେଷ୍ଟ ଓ ୧୦ଟି ଭେଣ୍ଟିଲେଟର୍‌ରେ ଚାଲିଛି ବଲାଙ୍ଗିରର କରୋନା ଲଢେଇ !

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୩୦୦ ଆରଟିପିସିଆର ଟେଷ୍ଟ ଓ ୧୦ଟି ଭେଣ୍ଟିଲେଟର୍‌ରେ ଚାଲିଛି ବଲାଙ୍ଗିରର କରୋନା ଲଢେଇ ବୋଲି ପ୍ରକାଶ କରିଛନ୍ତିି ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗୀତା ସିଂଦେଓ । ଆହୁରି ବଲାଙ୍ଗିର ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ବଢି ବଢି ଚାଲିଛି । ସଂକ୍ରମଣ ଚିହ୍ନଟ ପାଇଁ ଜିଲ୍ଲାରେ ଦୁଇ ଦୁଇଟି ଆର୍‌ଟିପିିସିଆର ମେସିନ ରହିଛି, ଯାହାର ଦକ୍ଷତା ପ୍ରତିଦିନ ୧୦୦୦ ଟେଷ୍ଟର ରହିଛି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ସେ ମଧ୍ୟରୁ ବଲାଙ୍ଗିର ଜିଲ୍ଲାରୁ ପ୍ରତିଦିନ କେବଳ ୩୦୦ ଆରଟିପିସିଆର ଟେଷ୍ଟ କରାଯାଉଛି । ଏହାଫଳରେ ବଲାଙ୍ଗିରବାସୀଙ୍କୁ ନିଜ ପାଳି ପାଇଁ ଅପେକ୍ଷା କରିବାକୁ ପଡୁଛି । ପଡୋଶୀ ଜିଲ୍ଲା ମାନଙ୍କୁ କରୋନା କାଳରେ ସାହାଯ୍ୟ କରାଯିବା ପ୍ରଶଂସନୀୟ ପଦକ୍ଷେପ, କିନ୍ତୁ ବଲାଙ୍ଗିର ପାଇଁ ଅତିକମରେ ୫୦୦ ଟେଷ୍ଟ ସୁରକ୍ଷିତ ରଖିବା ଆବଶ୍ୟକ ବୋଲି ଆଜି ବଲାଙ୍ଗିର ସାଂସଦ ଶ୍ରୀମତୀ ସଂଗିତା ସିଂଦେଓ କହିଛନ୍ତି । ଆଜି ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜରେ କୋଭିଡ ସ୍ଥିତି ତଦାରଖ କରିବା ପାଇଁ ଆସିଥିବା ସମୟରେ ସେ ଆହୁରି କହିଛନ୍ତି ଯେ, ଭୀମ ଭୋଇ ମେଡିକାଲ କଲେଜକୁ ଗତ ବର୍ଷ ୨୫ ଗୋଟି ଭାଣ୍ଟିଲେଟର ଯୋଗାଇ ଦିଆଯାଇଥିଲା । ସେ ମଧ୍ୟରୁ ଏବେ କେବଳ୧୦ ଗୋଟି କାର୍ୟ୍ୟକ୍ଷମ ଥିବା ବେଳେ ଅନ୍ୟ ୧୫ ଟି ଭେନ୍ଟିଲେଟରକୁ ସଂଯୋଗ କରାଯାଇନଥିବା ଗତକାଲି ଜିଲ୍ଲା ସ୍ୱାସ୍ଥ୍ୟସେବା ସ୍ଥିତି ସମୀକ୍ଷାରେ ଜଣା ପଡିଥିଲା । ସେହିପରି ଶହ ଶହ ଅକ୍ସିଜେନ, ମାସ୍କ, ଅକ୍ସିମିଟର ଗତ ବର୍ଷ ଆସିଥିବା ବେଳେ ଏବେ ହାତ ଗଣତି କିଛି ସାମଗ୍ରୀ ଥିବା ଆଶ୍ଚର୍ୟ୍ୟଜନକ । ଡାକ୍ତରକାନାରେ ରୋଗୀଙ୍କ ପାଇଁ ପାଣି ନାହିଁ, ପରିଜନଙ୍କ ପାଇଁ ଅପେକ୍ଷା ବ୍ୟବସ୍ଥା ନାହିଁ, ଏପରି ସ୍ଥିତରେ ଜିଲ୍ଲାରେ କରୋନା ସହ ଲଢେଇ କିପରି ହେବ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କର୍ତ୍ତୁପକ୍ଷଙ୍କୁ ପ୍ରଶ୍ନ କରିଛନ୍ତି । ଏହି ଅବସରରେ ସାଂସଦ ଶ୍ରୀମତୀ ସିଂଦେଓ ପାଟଣାଗଡରେ କରୋନା ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ତୁରନ୍ତ ପାଟଣାଗଡରେ ଏକ ୧୦ ଆଇସିୟୁ ଯୁକ୍ତ କୋଭିଡ କେଆର ସେଣ୍ଟର କାର୍ଯ୍ୟକ୍ଷମ କରିବା ତଥା କୋରନା ସଂକ୍ରମଣ ଚିହ୍ନଟ ପାଇଁ ଜିଲ୍ଲାର ସଦର ମହକୁମା ତଥା ପାଟଣାଗଡ ଓ ଟିଟିଲାଗଡ ଠାରେ ତିନୋଟି ସିଟି ସ୍କାନ ମେସିନର ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୀମ ହସପିଟାଲ ସୁପରିଣ୍ଟେଣ୍ଡେଣ୍ଟ ମହେନ୍ଦ୍ର ନାୟକ, ବିଜେପିର ଅନନ୍ତ ଦାଶ, ଗୋପାଲଜୀ ପାଣୀଗ୍ରାହୀ, ଭକ୍ତବନ୍ଧୁ ନାଏକ, ପ୍ରଦୀପ ବଂଶଲ, ସୁନିଲ ମିଶ୍ର ଓ ସାଂସଦ ପ୍ରତିନିଧି ଦିନେଶ ଶର୍ମା ପ୍ରମୂଖ ଉପସ୍ଥିଥ ଥିଲେ ।

jittmm
Leave A Reply

Your email address will not be published.