p purohi

କରୋନା ଯୋଦ୍ଧା ସମ୍ମାନିତ

dr. purohit

ପାଟଣାଗଡ଼, (ଅଜିତ କୁମାର ପୁରୋହିତ) : ଭାରତୀୟ ମାନବ ଅଧିକାର ସଚେତନ ଆସୋସିଏସନ ଏବଂ ଜାତୀୟ ବ୍ରାହ୍ମଣ ଅଧିକାର ମଂଚର ମିଳିତ ଉଦ୍ୟମରେ ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ ଉପଖଣ୍ଡରେ କରୋନା ଯୋଦ୍ଧାମାନଙ୍କୁ ସମ୍ମାନିତ କରାଯାଇଛି । ଓଡିଶା ପ୍ରଶାସନିକ ସେବା ଅଧିକାରୀ ତଥା ଜଣେ ସମାଜସେବୀ ଭାବରେ ପରିଚିତ ପାଟଣାଗଡ ଉପଜିଲ୍ଲାପାଳଙ୍କ କାର୍ଯ୍ୟଧାରାକୁ ପ୍ରଶଂସା କରାଯାଇ ପ୍ରଥମେ ପାଟଣାଗଡ ଉପଜିଲ୍ଲାପାଳ ସୋମନାଥ ପଧାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ପରେ ପାଟଣାଗଡର ସମସ୍ତ କାଯ୍ୟରତ ସାମ୍ବାଦିକ, ସଫେଇ କର୍ମଚାରୀ, ଆଶା କର୍ମୀ, ଅଙ୍ଗନବାଡି କର୍ମୀଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ପାଟଣାଗଡ ସାମ୍ବାଦିକ ସଂଘର ସଭାପତି କୈଳାସ ଚନ୍ଦ୍ର ସାହୁ, ବଂଶୀଧର ସେଠ, ସଦାଶିବ ସରାଫ, ଜତିଶ ଖମାରୀ, ଅଜିତ ପୁରୋହିତ, ପ୍ରବୀଣ ପୁରୋହିତ, ବିଜୟାନନ୍ଦ ଦାଶ, ଦୀପକ ଖମାରୀ, ଦିଲିପ ଭୋଇ, ଲଳିତ ମିଶ୍ର, ପ୍ରତ୍ୟୂଷ ଖମାରୀଙ୍କ ସହ ଏନଏସି କର୍ମଚାରୀ ମନୋଜ ରଣା, ସଫେଇ କର୍ମଚାରୀ କୁଶ କୁମ୍ଭାର, ବାଳକୃଷ୍ନ ମଲ୍ଲିକ, ଘନ ସେନ୍ର୍ଦ୍ରିଆ, ମନୋଜ କୁମ୍ଭାର, ସ୍ୱଚ୍ଚ ସାଥୀ ମାଲାଦିନୀ ମିଶ୍ର, ବିଜୁ ଯୁବ ବାହିନୀର ଅରବିନ୍ଦ କୁମ୍ଭାରଙ୍କୁ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ବ୍ରାହ୍ମଣ ଅଧିକାର ମଂଚର ଜିଲ୍ଲା ସଭାପତି ସତ୍ୟବ୍ରତ ହୋତା, ସଂଯୋଜକ ସଦାନନ୍ଦ ପାଣ୍ଡିଆ, ସୁଧୀର ପୁରୋହିତ, ସନ୍ତୋଷ ତ୍ରୀପାଠୀ, ଶିଶିର ଅଚାର୍ଯ୍ୟ, ରବି କର, ଶାନ୍ତମଣୀ ମିଶ୍ର, ସୁରେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

nrusinghnath
Leave A Reply

Your email address will not be published.