oum

ବଢ଼ି ଚାଲିଛି ସଂକ୍ରମଣ : ଗତ ୨୪ ଘଂଟାରେ ଓଡ଼ିଶାରେ ୪୩୪୦ ପଜିଟିଭ୍‌ ଚିହ୍ନଟ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବଢ଼ି ଚାଲିଛି କରୋନା ସଂକ୍ରମଣ । ଗତ ୨୪ ଘଂଟାରେ ଓଡ଼ିଶାରେ ୪୩୪୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୨୫୧୭ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୮୨୩ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୫୫, ବାଲେଶ୍ୱରରୁ ୧୬୨, ବରଗଡ଼ରୁ ୧୦୮, ଭଦ୍ରକରୁ ୧୦୫ ବଲାଙ୍ଗିରରୁ ୫୩, ବୌଦ୍ଧରୁ ୬୭, କଟକରୁ ୫୬୭, ଦେବଗଡ଼ାରୁ ୨୨, ଢେଙ୍କାନାଳରୁ ୫୬, ଗଜପତିରୁ ୧୯, ଗଂଜାମରୁ ୯୦, ଜଗତସିଂହପୁରରୁ ୧୯୩, ଯାଜପୁରରୁ ୧୫୧, ଝାରସୁଗୁଡ଼ାରୁ ୧୭୪, କଳାହାଣ୍ଡିରୁ ୫୮, କନ୍ଧମାଳରୁ ୧୪୩, କେନ୍ଦ୍ରାପଡ଼ାରୁ ୧୦୯, କେଉଁଝରରୁ ୯୦, ଖୋର୍ଦ୍ଧାରୁ ୬୫୩, କୋରାପୁଟରୁ ୭୭, ମାଲକାନଗିରିରୁ ୩୪, ମୟୁରଭଂଜରୁ ୧୨୭, ନବରଙ୍ଗପୁରରୁ ୧୪୩, ନୟାଗଡ଼ରୁ ୮୪, ନୂଆପଡ଼ାରୁ ୭୪, ପୁରୀରୁ ୨୦୩, ରାୟଗଡ଼ାରୁ ୬୨, ସମ୍ବଲପୁରରୁ ୧୩୦, ସୋନପୁରରୁ ୧୨୯, ସୁନ୍ଦରଗଡ଼ରୁ ୧୩୮, ଷ୍ଟେଟ୍‌ ପୁଲ୍‌ ୧୬୪ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୧୯୬୮୮୮ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫୭୨୬୫ ଜଣ ସୁସ୍ଥ ହୋଇ ଫେରିଥିବା କୁହାଯାଇଛି ।

Leave A Reply

Your email address will not be published.