ବଲାଙ୍ଗିର ଜିଲ୍ଲାରେ ଏକ୍‌ଟିଭ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୦ : ଆଜି ୯ ଆକ୍ରାନ୍ତ ଚିହ୍ନଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏବେ ବଲାଙ୍ଗିର ଜିଲ୍ଲାରେ ୯୦ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ବେଳେ ଆଜି ୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୬ରୁ ଜଣେ ଓ ଟିଟିଲାଗଡ଼ ବ୍ଳକ ବାନ୍ଧୁପଲା ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି ବେଲପଡ଼ା ବ୍ଲକ ସଲଣ୍ଡି ଗ୍ରା.ପ.ରୁ ୨ ଜଣ ଓ ବାହାବଲ ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି । ଗୁଡ଼ଭେଲା ବ୍ଲକ ବୀରାମୁଣ୍ଡା ଗ୍ରା.ପ. ଓ ଖପ୍ରାଖୋଲ ବ୍ଲକ୍‌ ବେନ୍ଦେର ଗ୍ରା.ପ.ରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୨ ଓ ୫ରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଛି । ତେବେ ଜିଲ୍ଲାରୁ ବର୍ତ୍ତମାନ ପର୍ଯ୍ୟନ୍ତ ୮୯୬୪ ଜଣ ସଂକ୍ରମିତ ହୋଇଥିବା ବେଳେ ୮୮୩୨ ଜଣ ସୁସ୍ଥ ହୋଇ ସାରିଥିବା ସରକାରୀ ସୂଚନାରେ ପ୍ରକାଶ କରାଯାଇଛି ।

Leave A Reply

Your email address will not be published.