oum

ବଲାଙ୍ଗିର ଜିଲ୍ଲାରେ ଆଜି ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ମାତ୍ର ୩

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୪୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରେ ୱାର୍ଡ ନଂ.୪ରୁ ୧ ଓ ୧୯ରୁ ୨ ଜଣ ଚିହ୍ନଟ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ପଟୁଆପାଲି ଗ୍ରା.ପ.ରୁ ୧, ବଲାଙ୍ଗିର ବ୍ଲକ୍‌ ବରକାନି ଗ୍ରା.ପ.ରୁ ୧, ବଙ୍ଗୋମୁଣ୍ଡା ବ୍ଲକ୍‌ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୨, କୁରସୁଡ଼ ଗ୍ରା.ପ.ରୁ ୨, ସିନ୍ଧେକେଲା ଓ ଚାନ୍ଦୋତରା ଗ୍ରା.ପ.ରୁ ଜଣେ ଲେଖାଏଁ, ବେଲପଡ଼ା ବ୍ଳକ ବାହାବଲ ଗ୍ରା.ପ.ରୁ ୧ ଜଣ ସଂକ୍ରମିତ ହୋଇଛନ୍ତି । କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧୫ରୁ ଜଣେ ଏବଂ ତୁଷୁରା ଏନ୍‌ଏସି ୱାର୍ଡ ନଂ.୫ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖପ୍ରାଖୋଲ ବ୍ଳକ୍‌ ଲାଠୋର ଗ୍ରା.ପ.ରୁ ୧, ଲୁହାସିଂହା ଗ୍ରା.ପ.ରୁ ୨, ଲୋଇସିଂହା ବ୍ଳକ୍‌ ଝାରମୁଣ୍ଡା ଗ୍ରା.ପ.ରୁ ୧, ବାଦିବାହାଲ ଗ୍ରା.ପ.ରୁ ୧ ଓ ବୁଢ଼ୀପଦର ଗ୍ରା.ପ.ରୁ ୧, ମୁରିବାହାଲ ବ୍ଲକ୍‌ ପତ୍ରାପାଲି ଗ୍ରା.ପ.ରୁ ୨, ପାଟଣାଗଡ଼ ବ୍ଲକ୍‌ ଘସିଏନ ଗ୍ରା.ପ.ରୁ ୧, ଡାଙ୍ଗବାହାଲ ଗ୍ରା.ପ.ରୁ ୧, ବନେଇମୁଣ୍ଡା ଗ୍ରା.ପ.ରୁ ୧, ବରପଦର ଗ୍ରା.ପ.ରୁ ୧ ଓ ଯୋଗୀମୁଣ୍ଡା ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୫ରୁ ୫, ପୁଇଁନ୍ତଲା ବ୍ଲକ ବୁବେଲ ଗ୍ରା.ପ.ରୁ ୧ ଓ ସାଆନ୍ତପୁର ଗ୍ରା.ପ.ରୁ ୧, ସଇଁନ୍ତଲା ବ୍ଲକ ଶିଶକେଲା ଗ୍ରା.ପ.ରୁ ୨ ଓ ସଇଁନ୍ତଲା ଗ୍ରା.ପ.ରୁ ୩, ଟିଟିଲାଗଡ଼ ବ୍ଲକ ଖୋଲା ଗ୍ରା.ପ.ରୁ ୧ ଓ ପରାସରା ଗ୍ରା.ପ.ରୁ ୧, ଟିଟିଲାଗଡ଼ ଏନ୍‌ଏସି ୱାର୍ଡ ନଂ.୪ରୁ ୨ ଓ ୧୧ରୁ ୨ ଏବଂ ତୁରେକେଲା ବ୍ଲକ ହଲନଭଟା ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ବଲାଙ୍ଗର ଜିଲ୍ଲାରେ ସମୁଦାୟ ୭୩୨୧ ଜଣ କରୋନା ଆକ୍ରାନ୍ତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୬୭୧୯ ଜଣ ସୁସ୍ଥ ହୋଇ ସାରିଛନ୍ତି । ୫୬୯ ଜଣ ଏବେ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଜିଲ୍ଲାରେ ରହିଛନ୍ତି ।

Leave A Reply

Your email address will not be published.