ବଲାଙ୍ଗିର ଜିଲ୍ଲାରୁ ଆଜି ୭୩ ଚିହ୍ନଟ : ବଲାଙ୍ଗିର ପୌରାଂଚଳରୁ ୪୩

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରୁ ୭୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୪୩ ଜଣ ସଂକ୍ରମିତ ହୋଇଛନ୍ତି । ତେବେ ବଲାଙ୍ଗିର ପୌରାଂଚଳର ୱାଡର଼୍ ନଂ.୧ରୁ ୨, ୨ରୁ ୧୧, ୪ରୁ ୧, ୫ରୁ ୭, ୬ରୁ ୧, ୧୨ରୁ ୧, ୧୪ରୁ ୨, ୧୫ରୁ ୬, ୧୮ରୁ ୧, ୧୯ରୁ ୪, ୨୦ରୁ ୨ ଓ ୨୧ରୁ ୩ ଚିହ୍ନଟ ହୋଇଛନ୍ତି । ସେହିପରି ଗ୍ରାମାଂଚଳରୁ ଖପ୍ରାଖୋଲ ବ୍ଲକ୍‌ ଖପ୍ରାଖୋଲ ଗ୍ରାମ ପଂଚାୟତରୁ ୯, ଲାଠୋର ଗ୍ରାମ ପଂଚାୟତରୁ ୩ ଏବଂ ଧଣ୍ଡାମୁଣ୍ଡା ଗ୍ରାମ ପଂଚାୟତରୁ ୨, ବଲାଙ୍ଗିର ବ୍ଲକ୍‌ ଚୁଡ଼ାପାଲି ଗ୍ରାମ ପଂଚାୟତରୁ ୧, ଶିବତଲା ଗ୍ରାମ ପଂଚାୟତରୁ ୧, ଖୁଜେନପାଲି ଗ୍ରାମ ପଂଚାୟତରୁ ୧, ଭୁତିଆର୍‌ବାହାଲ ଗ୍ରାମ ପଂଚାୟତରୁ ୧, ମାଧିଆପାଲି ଗ୍ରାମ ପଂଚାୟତରୁ ୨, ପୁଇଁନ୍ତଲା ବ୍ଲକ୍‌ ଜାମଗାଁ ଗ୍ରାମ ପଂଚାୟତରୁ ୨, ରଣ୍ଡା ଗ୍ରାମ ପଂଚାୟତରୁ ୨, କୁରୁଲ ଗ୍ରାମ ପଂଚାୟତରୁ ୧, ପୁଇଁନ୍ତଲା ଗ୍ରାମ ପଂଚାୟତରୁ ୧, ଗୁଡ଼ଭେଲା ବ୍ଲକ୍‌ ମାଢେ଼କେଲା ଗ୍ରାମ ପଂଚାୟତରୁ ୧, ଦେଓଗାଁ ଗ୍ରାମ ପଂଚାୟତରୁ ୨ ଜଣ ସଂକ୍ରମଣର ଶିକାର ହୋଇଛନ୍ତି । ଅନ୍ୟ ଜିଲ୍ଲାର ଦୁଇ ଜଣ ସଂକ୍ରମିତ ଆଜି ଆକ୍ରାନ୍ତଙ୍କ ତାଲିକାରେ ସାମିଲ୍‌ ଅଛନ୍ତି । ତେବେ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୩୩୧୯ ଜଣ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଏକ୍‌ଟିଭ୍‌ ଅଛନ୍ତି ୯୩୪ ଜଣ ।

Leave A Reply

Your email address will not be published.