ls

କରୋନା ସଂକ୍ରମଣ ପ୍ରତି ସଚେତନ ହେବା ଜରୁରୀ : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୨୨, ବଲାଙ୍ଗିର ପୌରାଂଚଳରୁ ୪୧, ପାଟଣାଗଡ଼ ଏନ୍‌ଏସି.ରୁ ୩୪

sb

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଢ଼ୁଛି କରୋନା ସଂକ୍ରମଣ ଦିନକୁ ଦିନ ଆହୁରି ଆହୁରି । ଏଥିପାଇଁ ବଲାଙ୍ଗିର ଜିଲ୍ଲାବାସୀ ସଚେତନ ହେବା ନିହାତି ଆବଶ୍ୟକ । ସରକାରଙ୍କ କୋଭିଡ଼ ଗାଇଡ୍‌ ଲାଇନ୍‌ ମାନିବା ସହ ମୁହଁରେ ମାସ୍କ ପରିଧାନ କରିବା, ବାରମ୍ବାର ହାତ ଧୋଇବା, ସାନିଟାଇଜର୍‌ ବ୍ୟବହାର କରିବା ତଥା ସାମାଜିକ ଦୂରତା ରକ୍ଷା କରିବା ଉପରେ ସମସ୍ତେ ଗୁରୁତ୍ୱ ଦେବା ବର୍ତ୍ତମାନ ସମୟର ବିଶେଷ ଆହ୍ୱାନ । ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୨୨ ରହିଥିବା ବେଳେ ବଲାଙ୍ଗିର ପୌରାଂଚଳରୁ ୪୧ ଓ ପାଟଣାଗଡ଼ ଏନ୍‌ଏସି.ରୁ ୩୪ ଜଣ ଚିହ୍ନଟ ହୋଇଥିବା ସରକାର ସୂତ୍ରରେ କୁହାଯାଇଛି ।

ରିପୋର୍ଟ ଅନୁସାରେ ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧୦ରୁ ଜଣେ, ୧୧ରୁ ୧୪, ୧୪ରୁ ୨, ୧୭ରୁ ୧, ୧୯ରୁ ୨, ୨ରୁ ୧୨, ୨୦ରୁ ୨, ୨୧ରୁ ୧, ୫ରୁ ୩, ୬ରୁ ୨ ଓ ୮ରୁ ୧ ଆକ୍ରାନ୍ତ ହୋଇଥିବା ବେଳେ ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ.୧ରୁ ୧, ୧୦ରୁ ୩, ୧୧ରୁ ୪, ୧୨ରୁ ୧, ୧୪ରୁ ୩, ୨ରୁ ୧, ୩ରୁ ୭, ୫ରୁ ୧, ୭ରୁ ୩, ୮ରୁ ୯ ଓ ୫ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ.୧ରୁ ୨, ୧୧ରୁ ୨, ୧୨ରୁ ୩, ୧୪ରୁ ୧, ୧୫ରୁ ୬, ୪ରୁ ୨, ୫ରୁ ୨, ୬ରୁ ୩, ୮ରୁ ୫ ଓ ୯ରୁ ଜଣେ, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧୨ରୁ ଜଣେ, ୨ରୁ ଜଣେ, ୩ରୁ ୭, ୪ରୁ ୧, ୫ରୁ ୧, ୭ରୁ ୧ ଓ ୯ରୁ ଜଣେ ସଂକ୍ରମିତ ହୋଇଛନ୍ତି ।

ପ୍ରାପ୍ତ ସୂଚନା ଅନୁସାରେ ଆଗଲପୁର ବ୍ଲକ ଡୁଡ଼ୁକା ଗ୍ରା.ପ.ରୁ ୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ବଲାଙ୍ଗିର ବ୍ଲକ ବାଦିପାଲି ଗ୍ରା.ପ.ରୁ ୨୦ ଜଣ, ଚନ୍ଦନଭାଟି ଗ୍ରା.ପ.ରୁ ଜଣେ, ଚୁଡ଼ାପାଲି ଗ୍ରା.ପ.ରୁ ୮ ଜଣ, ହର୍ଡାଟାଲ ଗ୍ରା.ପ.ରୁ ଜଣେ ଓ ତୁଷୁରାବାହାଲ ଗ୍ରା.ପ.ରୁ ଜଣେ, ବଙ୍ଗୋମୁଣ୍ଡା ବ୍ଳକ ଚୁଲିଫୁଙ୍କା ଗ୍ରା.ପ.ରୁ ଜଣେ ଓ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି । ବେଲପଡ଼ା ବ୍ଲକ ବେଲପଡ଼ା ଗ୍ରା.ପ.ରୁ ୯, ଘାଗୁର୍ଲି ଗ୍ରା.ପ.ରୁ ୬, କାନୁଟ୍‌ ଗ୍ରା.ପ.ରୁ ଜଣେ, ଦେଓଗାଁ ବ୍ଳକ ଦେଓଗାଁ ଗ୍ରା.ପ.ରୁ ୬ ଜଣ, ଗୁଡ଼ଭେଲା ବ୍ଲକ ରୁଷୁଡ଼ା ଗ୍ରା.ପ.ରୁ ୩ ଜଣ ଓ ନୂଆପଡ଼ା ଗ୍ରା.ପ.ରୁ ୨ ଜଣ, ମୁରିବାହାଲ ବ୍ଲକ ମୁରିବାହାଲ ଗ୍ରା.ପ.ରୁ ଜଣେ, ଖପ୍ରାଖୋଳ ଗ୍ରା.ପ. ଭାନପୁର ଗ୍ରା.ପ.ରୁ ଜଣେ ଓ ଜୁରିଆ ଗ୍ରା.ପ.ରୁ ଜଣେ, ଲୋଇସିଂହା ବ୍ଲକ ବାଦିମୁଣ୍ଡା, ଯୋଗୀସଡର଼୍ା, କୁଶଙ୍ଗ, ତାଲଜୁରି ଓ ଉପରବାହାଲ ଗ୍ରାପ.ରୁ ଜଣେ ଲେଖାଏଁ ସଂକ୍ରମିତ ହୋଇଥିବା ବେଳେ ଲୋଇସିଂହା ଗ୍ରା.ପ.ରୁ ୮ ଜଣ ଓ ରେଙ୍ଗାଲି ଗ୍ରା.ପ.ରୁ ୩୦ ଜଣ ସଂକ୍ରମିତ ହୋଇଛନ୍ତି । ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ଗ୍ରା.ପ.ରୁ ୨ ଜଣ, ବରପଦର ଗ୍ରା.ପ.ରୁ ଜଣେ, ବଥର୍ଲା ଗ୍ରା.ପ.ରୁ ୨, ଭଇଁଷା ଗ୍ରା.ପ.ରୁ ୩, ଯୋଗୀମୁଣ୍ଡା ଗ୍ରା.ପ.ରୁ ୫, ଖୁର୍ସେଲ ଗ୍ରା.ପ.ରୁ ଜଣେ, ସାଲେପାଲି ଗ୍ରା.ପ.ରୁ ୩ ଜଣ, ସୋଲବନ୍ଧ ଗ୍ରା.ପ.ରୁ ୭ ଜଣ ଓ ତେଣ୍ଡାପଦର ଗ୍ରା.ପ.ରୁ ୨ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ପୁଇଁନ୍ତଲା ବ୍ଳକ ଛତାମଖ୍‌ନା ଗ୍ରା.ପ.ରୁ ଜଣେ, ଛତାପିପଲ ଗ୍ରା.ପ.ରୁ ୧୬, ଗଇଁନ୍ତଲା ଗ୍ରା.ପ.ରୁ ୭, କୁରୁଲ ଗ୍ରା.ପ.ରୁ ଜଣେ, ସାଆନ୍ତପୁର ଗ୍ରା.ପ.ରୁ ଜଣେ, ସଇଁନ୍ତଲା ବ୍ଳକ ଭଦ୍ରା ଗ୍ରା.ପ.ରୁ ୩୭, ଘୁନସର ଗ୍ରା.ପ.ରୁ ଜଣେ ଓ ଶିଶକେଲା ଗ୍ରା.ପ.ରୁ ୪ ଜଣ, ଟିଟିଲାଗଡ଼ ବ୍ଳକ ବାନ୍ଧୁପଲା ଓ ବିନେକେଲା ଗ୍ରା.ପ.ରୁ ଜଣେ ଲେଖାଏଁ, ତୁରେକେଲା ବ୍ଳକ ତୁରେକେଲା ଓ ଝରନି ଗ୍ରା.ପ.ରୁ ଜଣେ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ବର୍ତ୍ତମାନ ଜିଲ୍ଲାରେ ୧୧୭୨ ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ସମୁଦାୟ ପଜିଟିଭ୍‌ଙ୍କ ସଂଖ୍ୟା ୧୦୩୯୬ ଓ ସେମାନଙ୍କ ମଧ୍ୟରୁ ୯୧୭୭ ଜଣ ସୁସ୍ଥ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି ।

pc pk
Leave A Reply

Your email address will not be published.