ବଲାଙ୍ଗିର ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୧୧

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୧ ରହିଛି । ବଲାଙ୍ଗିର ମ୍ୟୁନିସିପାଲିଟି ୱାର୍ଡ ନଂ.୧୫ ଓ ୧୮ରୁ ଜଣେ ଲେଖାଏଁ, ବଲାଙ୍ଗିର ବ୍ଲକ ଚୁଡ଼ାପାଲି ଗ୍ରା.ପ.ରୁ ଜଣେ, ବେଲପଡ଼ା ବ୍ଲକ କାନୁଟ ଗ୍ରା.ପ.ରୁ ୨ ଜଣ, ଦେଓଗାଁ ବ୍ଲକ ମହଲେଇ ଗ୍ରା.ପ.ରୁ ଜଣେ, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧, ୨ ଓ ୪ରୁ ଜଣେ ଲେଖାଏଁ ଏବଂ ପାଟଣାଗଡ଼ ବ୍ଲକ ଧୁବଲପଡ଼ା ଗ୍ରା.ପ.ରୁ ୨ ଜଣ ସଂକ୍ରମିତ ହୋଇଛନ୍ତି । ଏବେ ଜିଲ୍ଲାରେ ୧୧୦ ଜଣ ଏକ୍‌ଟିଭ୍‌ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ରହିଥିବା ସରକାରୀ ରିପୋର୍ଟରେ କୁହାଯାଇଛି ।

Leave A Reply

Your email address will not be published.