p purohi

ରାଜ୍ୟରେ ଆଜି ୧୮୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

dr. purohit

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୧୮୩ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୬ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୭୭ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୨୦, ବାଲେଶ୍ୱରରୁ ୬, ବରଗଡ଼ରୁ ୧୦, ଭଦ୍ରକରୁ ୧, ବଲାଙ୍ଗିରରୁ ୩, ବୌଦ୍ଧରୁ ୧, କଟକରୁ ୭, ଦେଓଗଡରୁ ୨, ଗଜପତିରୁ ୩, ଗଞ୍ଜାମରୁ ୧, ଯାଜପୁରରୁ ୭, ଝାରସୁଗୁଡ଼ାରୁ ୧୧, କଳାହାଣ୍ଡିରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୪, କେଉଁଝରରୁ ୩, ଖୋର୍ଦ୍ଧାରୁ ୧୯, ମୟୁରଭଂଜରୁ ୮, ନୟାଗଡ଼ରୁ ୧, ନୂଆପଡ଼ାରୁ ୧୮, ପୁରୀରୁ ୧୩, ସମ୍ବଲପୁରରୁ ୧୯, ସୁନ୍ଦରଗଡ଼ରୁ ୧୮ ଓ ଷ୍ଟେଟ ପୁଲ୍‌ରୁ ୬ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ୨୦୩୯ ଜଣ ଏକ୍‌ଟିଭ୍‌ କରୋନା ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି ।

nrusinghnath
Leave A Reply

Your email address will not be published.