oom

ଡେଲାଙ୍ଗରେ କଂଗ୍ରେସର ପଦଯାତ୍ରା

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ମାହାତ୍ମା ଗାନ୍ଧୀଜୀଙ୍କ ଓଡିଶା ଆଗମନ ଏବଂ ଓଡିଶା କଂଗ୍ରେସର ଶତବାର୍ଷିକ ପୂର୍ତ୍ତୀ ଅବସରରେ ଡେଲାଙ୍ଗ ବେରବୋଇ ଗାନ୍ଧୀ ସ୍ମୃତି ପୀଠଠାରୁ ଦାଣ୍ଡମକୁନ୍ଦପୁର ପର୍ୟ୍ୟନ୍ତ କଂଗ୍ରେସର ଏହି ଐତିହାସିକ ପଦଯାତ୍ରା ଜିଲ୍ଲା କଂଗ୍ରେସ ସଭାପତି ଅଜିତ ମଙ୍ଗରାଜଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଦେଶ କଂଗ୍ରେସ ପସିସି ସଭାପତି ନିରଜଂନ ପଟ୍ଟନାୟକ, ପ୍ରାକ୍ତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, କଂଗ୍ରେସର ମୂଖପାତ୍ର ତଥା ଆଇନଜୀବୀ ନିଶିକାନ୍ତ ମିଶ୍ର, ପଚାଂନନ କାନୁନ ଗୋ, ଉମାବଲ୍ଲଭ ରଥ, ରାଜ୍ୟ ମହିଳା କଂଗ୍ରେସର ସଭାନେତ୍ରୀ ବିଜୟାଲକ୍ଷ୍ମୀ ସାହୁ, ରାଜ୍ୟ ମହିଳା କଂଗ୍ରେସର ସଂପାଦିକା ନିରୁପମା ପାତ୍ର, ବ୍ଲକ କଂଗ୍ର୍ରେସ ସଭାପତି ରବିନ୍ଦ୍ର କୁମାର ଦାସ ସମେତ କଂଗ୍ରେସର ବୁହୁ ନେତୃବୁନ୍ଦ ସାମିଲ ହୋଇଥିଲେ । ପ୍ରାରମ୍ଭରେ ବେରବୋଇ ସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୁର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା । ଏଥିସହ ଗାନ୍ଧୀଜିଙ୍କ ପ୍ରିୟ ଭଜନ ରାମଧୂନ ସାମୂହିକ ଗାନ କରାଯାଇଥିଲା । ସେଠାରେ ଏକ ପଥପ୍ରାନ୍ତ ସଭା କରାଯାଇ ଗାନ୍ଧୀଜିଙ୍କ ଜୀବନୀ ଆର୍ଦଶ, ନିତୀଶିକ୍ଷା ଏବଂ କଂଗ୍ରେସ ଦଳର ଆଭିମୂଖ୍ୟ ଆଲୋକପାତ କରିଥିଲେ । ଏହି ବିରାଟ ପଦଯାତ୍ରାରେ ଶତାଧିକ ମହିଳା ଓ ପୁରୁଷ କଂଗ୍ରେସ କର୍ମୀ ସହ ସଂକୀର୍ତ୍ତନ ମଣ୍ଡଳୀ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.