centurian jitm

ଘରେ ପଶି ମହିଳାଙ୍କୁ ଛୁରାମାଡ଼

nschool

ଚୌଦ୍ୱାର : ଘରେ ପଶି ମହିଳାଙ୍କୁ ଛୁରାମାଡ଼ । ବେକରେ ଲାଗିଛି ଗଭୀର ଆଘାତ । ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନା ପଠାଇଲା ପୋଲିସ । ଚୌଦ୍ୱାର ଆଗ୍ରାହାଟ ବ୍ରାହ୍ମଣ ସାହିରେ ଘଟିଛି ଏହି ଘଟଣା । ଆହତ ମହିଳାଙ୍କ ନାଁ ସୁପ୍ରିୟା ସାହୁ । ସୂଚନା ଅନୁସାରେ, କିଛି ଦିନ ତଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା । ହେଲେ ରବିବାର ଘରେ ଏକାକୀ ଥିବା ସମୟରେ ଦୁଇ ଦୁର୍ବୃତ୍ତ ଘରେ ପଶି ତାଙ୍କୁ ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ମହିଳାଙ୍କ ଶ୍ୱଶୂର ପୋଲିସକୁ ସୂଚନା ଦେବା ପରେ ପୋଲିସ ପହଞ୍ଚି ଗୁରୁତର ମହିଳାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲା । ଦୁର୍ବୃତ୍ତ ଦୁଇ ଜଣ ଏକ ସ୍କୁଟିରେ ଆସିଥିବା କୁହାଯାଉଥିବାବେଳେ ସେମାନେ କିଏ ଓ କ’ଣ ପାଇଁ ମହିଳାଙ୍କୁ ଏଭଳି ଆକ୍ରମଣ କଲେ ତାକୁ ନେଇ ତଦନ୍ତ ଚଳାଇଛି ପୋଲିସ ।

Leave A Reply

Your email address will not be published.