oom

ଉଚିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳପାଇଁ ଧାରଣା ଦେବେ ଚାଷୀମାନେ ବୋଲି ଚେତାବନୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ପଲସଦା ଅଧିନରେ ଥିବା ଭେଙ୍ଗରାଜପୁର ଧାନ ମଣ୍ତିରେ ବିଭାଗୀୟ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଠିକ ସମୟ ବା ଟୋକନ ଅବଧି ସମୟରେ ଚାଷୀ ଏଫଏକ୍ୟୁ ମାନର ଧାନ ପଂଜିକୃତ କରିଥିଲେ ସୁଦ୍ଧା ଆଜିକୁ ପ୍ରାୟ ତିନି ମାସ ହେବ ଚାଷୀଙ୍କ ଖାତାକୁ ଧାନର ସହାୟକ ମୂଲ୍ୟ ପହଞ୍ଚି ନାହିଁ । ଏବଂ ୨୫ ଜଣ ଚାଷୀଙ୍କ ୩୫୦୦, ପ୍ୟାକେଟ ଧାନ ପଂଜିକୃତ ହୋଇଥିବା ବେଳେ ଏବେ ପାଖାପାଖି ୧୦୦ ପ୍ୟାକେଟଧାନ ମଣ୍ତିରୁ ଚୋରି ହୋଇଥିବାର ଜଣା ଯାଉଅଛି । ଚାଷୀମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ ବା ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କେହି ସନ୍ତୋଷ ମୂଳକ ଉତ୍ତର ଦେବା ପରିବର୍ତ୍ତେ ମଣ୍ତି ପଂଜିକୃତ ଧାନକୁ ଘରକୁ ନେବା ପାଇଁ ଚାଷୀଙ୍କୁ ଧମକ ଚମକ ଦେଉଛନ୍ତି । ନିଜ ସ୍ୱାର୍ଥକୁ ଯୋଗୀ ବେଆଇନ ଭାବରେ ୫୦୦୦ କ୍ବିଣ୍ଟାଲରୁ ଅଧିକ ଧାନ ଅସାଧୁ ମିଳରଙ୍କ ସହ ମସୁଧା କରି ଜାଳ କାଗଜାତରେ ବିକ୍ରିୟ କରି ପଂଜିକୃତ ହେବାକୁ ଯାଉଛନ୍ତି । ଘଟଣାର ସଠିକ ବା ନିରପେକ୍ଷ ତଦନ୍ତ କଲେ ସତ ନିଶ୍ଚୟ ପଦାକୁ ଆସିବ । ଯାହା ଫଳରେ ପ୍ରକୃତ ଚାଷୀ ଧାନ ବିକ୍ରୀ କରି ନ ପାରି ମୁଣ୍ତରେ ହାତଦେଇ ବସିଛି । ଉପରୋକ୍ତ ଘଟଣାର ବିଷୟ ବସ୍ତ୍ର ଧାନମଣ୍ତି ବୈଠକରେ ସର୍ବ ସମ୍ମୁଖରେ ପ୍ରମାଣିତ । ଆଜି ଚାଷୀ ବାଧ୍ୟ ହୋଇ ପାଇକମାଲ ଥାନାରେ ଲିଖିତ ଅଭିଯୋଗ କରିଛି । ଧାନ ମଣ୍ତିର ଆର୍‌ଏମ୍‌ସି ଅଧିକାର, ସେବା ସମବାୟ କର୍ମଚାରୀଙ୍କ ହୀନଚକ୍ରନ୍ତକୁ ଅଭିଯୋଗ ପତ୍ର ଦ୍‌ଦ୍ୱାରରା ତହସିଲଦାର, ଥାନା ଅଧିକାରୀ, ପାଇକମାଲଙ୍କ ନିକଟରେ ଚାଷୀ ବିଜୟ କୁମାର ସାହୁ, ପିତାମ୍ବର ମେହେର, ଘନଶ୍ୟାମ ପୁରୋହିତ, ଥବିର ଚରଣ ମେହେର, ବୃନ୍ଦାବନ ନାଏକ, ବେଣୁଧର ସାହୁ, ରଶ୍ମୀ ରଣା, ଉମାକାନ୍ତ ଶତପଥୀ ପ୍ରମୁଖ ସମସ୍ତ ଚାଷୀ ପାଇକମାଲ ଥାନା ଲିଖିତ ଅଭିଯୋଗ କରିଛନ୍ତି । ଏହାର ବିଧିବଦ୍ଧ ତଦନ୍ତ ସହ ଉଚିତ କାର୍ୟ୍ୟନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଚାଷୀ ଥାନାରେ ଅନିର୍ଦ୍ଦିଷ୍ଟ କାଳପାଇଁ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି ।

jittmm
Leave A Reply

Your email address will not be published.