oom

ଜାମସେଠରେ ପରାକ୍ରମ ଦିବସ ପାଳିତ ଓ ଏକ ଦିନିଆ ନେତାଜୀ କପ କ୍ରିକେଟରେ : ‌ୱାଇଟ ସ୍ଫୋଟିଂ ଚମ୍ପିୟାନ

jsmm

ପଦ୍ମପର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଜାମସେଠ ଗ୍ରାମରରେ ନେତାଜୀ ଯୁବକ ସଂଘ ସଭାପତି ହେମନ୍ତ ପ୍ରଧାନଙ୍କ ସଭାପତିତ୍‌ତ୍ୱରେ ପରାକ୍ରମ ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କ୍ଳବ ସଭାପତି ହେମନ୍ତ ପ୍ରଧାନ, ଉପ ସଭାପତି ଆର୍ତ୍ତତ୍ରାଣ ସାହୁ, ସମ୍ପାଦକ ନରୋତ୍ତମ ମାଝୀ, କୋଷାଧ୍ୟକ୍ଷ ନଟବର ପ୍ରଧାନ, ଅକ୍ଷୟ ପ୍ରଧାନ, ଜଲଧର ନାଏକ, ଶରତ ତାଣ୍ଡି, କ୍ଷିରୋଦ ମାଝୀ, ଦେବାଶିଷ ପ୍ରଧାନ, ଜିତୁନ ପଟ୍ଟନାୟକ, ଉମେଶ ବେହେରା, ନରେଶ ନେଉରା, କୈଳାସ ହଂସ, ରବି ରଣା, ଭଗତ ରଣା, ମଦନ ଭୋଇ, ସୁନ୍ଦରମଣୀ ହଂସ, ଭାଗିରଥି ମାଝୀ, ଗଙ୍ଗାଧର ମାଝୀ, ପ୍ରଦୀପ ହଂସ, ଭଗତ ରଣା, ଉମେଶ ରଣା ସମେତ ବହୁ କ୍ଳବ ସଭ୍ୟ ଉପସ୍ଥିତ ଥିଲେ । ପଙ୍କଜ ବାଗ ସଭା ପରିଚାଳନା କରିଥିବା ବେଳେ କ୍ଳବ ସଭ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅକ୍ଷୟ ପ୍ରଧାନ ଧନ୍ୟବାଦ ଦେଇଥିଲେ । ଏହି ଦିବସ ଅବସରରେ ଏକ ଦିନିଆ ନେତାଜୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ ଜାମସେଠ ବ୍ଳୁ ସ୍ପୋଟିଂ ଓ ଜାମସେଠ ଓ୍ବାଇଟ ସ୍ଫୋଟିଂ ମଧ୍ୟରେ ହୋଇଥିଲା । ଓ୍ବାଇଟ ସ୍ଫୋଟିଂ ପ୍ରଥମ ବ୍ୟାଟିଂ କରି ନିର୍ଦ୍ଧାରିତରେ ଓଭରରେ ୬୧ ରନ ସଂଗ୍ରହ କରିଥିବା ବେଳେ ବ୍ଳୁ ସ୍ପୋଟିଂ ୩୭ ରନ୍‌ କରି ୨୩ ରନରେ ପରାଜିତ ହୋଇଥିଲେ । ନରେଶ ନେଉରା ଓ ସନ୍ତୋଷ ପଣ୍ଡା ଖେଳ ପରିଚାଳନା କରିଥିଲେ । ରତ୍ନାକର ମାଝୀ, ଦଳଗଞ୍ଜନ ମାଝୀ, ପଙ୍କଜ ବାଗ ଓ ପ୍ରତାପ ସାହୁ ସ୍କୋରର ଥିବା ବେଳେ ସୁନ୍ଦରମଣୀ ହଂସ, ଉମେଶ ବେହେରା ଓ ଜିତୁନ ପଟ୍ଟନାୟକ ଖେଳ ଧାରା ବିବରଣୀ ପ୍ରଦାନ କରିଥିଲେ । ପୁରସ୍କାର ବିତରଣରେ ଉତ୍ସବରେ ବଲାଙ୍ଗୀର କମର୍ସିଆଲ ଟେକ୍ସ ଅଫିସର କ୍ଷିରୋଦ ମାଝୀ ଓ ସମ୍ମାନିତ ଅତିଥି ଭାବେ ଆର୍ତ୍ତତ୍ରାଣ ସାହୁ ଯୋଗ ଦେଇ ଚମ୍ପିୟାନ ଓ ରନର୍ସ ଦଳକୁ ପୁରସ୍କୃତ କରିଥିଲେ । ମଞ୍ଚାସୀନ ଅତିଥି ଭାବେ କ୍ଳବ ସଭାପତି ହେମନ୍ତ ପ୍ରଧାନ, ସମ୍ପାଦକ ନରୋତ୍ତମ ମାଝୀ, କୋଷାଧ୍ୟକ୍ଷ ନଟବର ପ୍ରଧାନ, ଅକ୍ଷୟ ପ୍ରଧାନ, ଶରତ ତାଣ୍ଡି, ଜଳଧର ନାଏକ, ଦେବାଶିଷ ପ୍ରଧାନ, ଯୋଗିନ୍ଦ୍ର ଭୋଇ, ଗିରିଶ ଚନ୍ଦ୍ର ମାଝୀ, ସୌମ୍ୟରଞ୍ଜନ ମାଝୀ, ମଦନ ଭୋଇ, ପ୍ରମୁଖ ଉପସ୍ଥିତ ଥିବା ବେଳେ କ୍ଳବର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ହେମନ୍ତ ପ୍ରଧାନ ଧନ୍ୟବାଦ ଦେଇଥିଲେ ।

jittmm
Leave A Reply

Your email address will not be published.