oum

ଚାଲିଗଲେ ଜଣେ ବଳି‌ଷ୍ଠ ସାମ୍ବାଦିକ : ନି‌ଷ୍ଠୁର କରୋନା ଆଗରେ ହାରିଗଲେ ଜତିଶ ଖମାରୀ

jsm

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ମାଟିର ଜଣେ ବଳି‌ଷ୍ଠ ସାମ୍ବାଦିକ ଜତିଶ ଖମାରୀ(୪୬) । ଦୀର୍ଘ ୨୫ ବର୍ଷ ଧରି ତା‌ଙ୍କ ସା‌ମ୍ବାଦିକ ଜୀବନ ଯାତ୍ରା । ନିଷ୍ଠୁର କରୋନା କବଳରେ ସେ ହାରି ଯାଇଛ‌ନ୍ତି । ଗତକାଲି ରାତି ୧୦ଟା ସମୟରେ ତା‌ଙ୍କ ଦେହାନ୍ତ ଘଟିଛି । ତା‌ଙ୍କ ପରଲୋକରେ ସାରା ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସୂଚନା ଅନୁସାରେ ଗତ କିଛିଦିନ ତଳେ ସେ କରୋନା ଆକ୍ରା‌ନ୍ତ ହୋଇଥିଲେ । ପ୍ରଥମେ ସେ ପାଟଣାଗଡ଼ ଡ଼ାକ୍ତରଖାନାରେ ଚିକି‌ତ୍ସିତ ହୋଇଥିଲେ ବି ସୁ‌ସ୍ଥ ନ ହେବାରୁ ବଲା‌ଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ହସ୍‌ପିଟାଲ୍‌ରେ ଭ‌ର୍ତ୍ତି ହୋଇଥିଲେ । ତଥାପି ତା‌ଙ୍କ ଅବ‌ସ୍ଥାରେ ପରିବ‌ର୍ତ୍ତନ ନ ହେବାରୁ ଭୁବନେ‌ଶ୍ୱରର ଏକ ଘରୋଇ ଡ଼ା‌କ୍ତରଖାନାରେ ଭ‌ର୍ତ୍ତି ହୋଇଥିଲେ । ତେବେ ଚିକି‌ତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତା‌ଙ୍କ ଦେହା‌ନ୍ତ ହୋଇଥିବା ଜଣାପଡ଼ିଛି । ଜଣେ ନିର୍ଭିକ ସା‌ମ୍ବାଦିକ ଭାବେ ସେ ଅଂଚଳରେ ବେଶ୍‌ ଜଣାଶୁଣା ଥିଲେ । ତା‌ଙ୍କ ଦେହା‌ନ୍ତ ସା‌ମ୍ବାଦିକ ଜଗତରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି ।

Leave A Reply

Your email address will not be published.