୨୧ ନମ୍ବର ୱାର୍ଡ ବୁଲି ସମସ୍ୟାର ସମାଧାନ କଲେ ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ୨୧ ନମ୍ବର ୱାର୍ଡ ବୁଲି ସମସ୍ୟାର ସମାଧାନ କରିଛନ୍ତି ବଲାଙ୍ଗିର ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ୨୧ ନମ୍ବର ୱାର୍ଡକୁ ପହଂଚି ନବ ନିର୍ବାଚିତ ଅଧ୍ୟକ୍ଷା ଶ୍ରୀମତୀ ସାହୁ ସେଠାରେ ଡ୍ରେନେଜ୍‌ ସମସ୍ୟାର ସମାଧାନ କରିବା ସହ ସ୍ଥାନୀୟ ଅସୁବିଧା ସଂପର୍କରେ ଅନୁଧ୍ୟାନ କରିଛନ୍ତି । ଜଣେ ଅସହାୟ ବୃଦ୍ଧା ତାଙ୍କୁ ବାର୍ଦ୍ଧକ୍ୟ ଭତ୍ତା ମିଳୁ ନଥିବା ଅଭିଯୋଗ କରିଥିବା ବେଳେ ଶ୍ରୀମତୀ ସାହୁ ଏ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଅଧ୍ୟକ୍ଷା ଶ୍ରୀମତୀ ସାହୁଙ୍କ ସହ କାଉନ୍‌ସିଲର୍‌ ଶତ୍ରୁଘ୍ନ ବାଗ ଓ ବିଜେଡ଼ିର କର୍ମୀମାନେ ସାମିଲ୍‌ ଥିଲେ ।

Leave A Reply

Your email address will not be published.